ବିପୁଳ ପରିମାଣର ଦେଶୀ ମଦ ସହ ୧୦ ଗିରଫ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ର।ଙ୍କ ନିର୍ଦ୍ଦେଶ ଭଞ୍ଜନଗର ଥାନା ଇଲାକାରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇଛି । ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜି.ନୂଆଗାଁ, ଇନ୍ଦ୍ରଗଡ଼, ବେଲଗୁଣ୍ଠା ଓ ନାଇକପଡା ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ୮୭୨ ଲିଟର ଦେଶୀ ମଦ, ବ୍ୟବହୃତ ସରଞ୍ଜାମ ଜବତ କରାଯିବା ସହ ୪୩୪୩ ଲିଟର ଗୁଡ଼ ମିଶିତ ପୋଚ ନଷ୍ଟ କରାଯାଇଛି । ଏଥି ସହିତ ଏହି ମାମଲାରେ ୧୩ ଟି କେସ ରୁଜୁ ହୋଇଥିବା ବେଳେ ୧୦ ଜଣ ଗିରଫ ହୋଇଛନ୍ତି ଓ ୩ ଜଣ ଫେରାର ଥିବା ଜଣାପଡିଛି । ଏହି ଚଢ଼ାଉ ଅଭିଯାନ ରେ ଗଞ୍ଜାମ ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରାଙ୍କ ସମେତ ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା, ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ନିରୀକ୍ଷିକା ପ୍ରୀତିଧାରା ନାୟକ, ଅବକାରୀ ଓଆଇସି ପାଥ ସାରଥୀ ରାଉତ, ଏଏସଆଇ ମମତା କୁମାରୀ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ