ବିପଦ ସଂକୁଳ ଅବସ୍ଥାରେ ଜାତୀୟ ରାଜରାସ୍ତା : ଠିକାଦାରଙ୍କ ଅବହେଳା ଅଭିଯୋଗ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଜାତୀୟ ରାଜପଥ ମଙ୍ଗୁଳି ଠାରୁ ଢେଙ୍କାନାଳ ଦେଇ ସମ୍ବଲପୁର ଜାତୀୟ ରାଜପଥକୁ କାର୍ଯକାରୀ କରୁଥିବା ଘରୋଇ ଠିକା ସଂସ୍ଥା ଗାୟତ୍ରୀ ମନଇଚ୍ଛା ଖୋଳି କାର୍ଯ୍ୟ କରୁଛି ଯାହା ସମ୍ପୂର୍ଣ୍ଣ ନ କରି କିମ୍ବା ବାଡ଼ ନ ଦେଇ କାର୍ଯ୍ୟ କରୁରିଥିବା ଅଭିଯୋଗ ହୋଇଛି ! ଏହାସହ ଚାରି ପାଖରେ ବାଡ଼ ନ ଦେଇ କାର୍ଯ୍ୟ କରୁଥିବାରୁ ରାସ୍ତାରେ ଯିବା ଆସିବା ସମୟରେ ଲୋକମାନେ ଜାଣି ନ ପାରି ବିପଦର ସମ୍ମୁଖୀନ ହେଉଛନ୍ତି ! କିଛି ଦିନ ପୂର୍ବରୁ ହିନ୍ଦୋଳ ରୋଡ ବଜାର ଠାରେ ବାଡ଼ ନ ଥିବାରୁ ଏକ ଚାଷୀ ପୋଲ ଭିତରେ ପଡି ମୃତ୍ୟୁ ଘଟିଥିଲା ଏବଂ ଜାତୀୟ ରାଜପଥରେ ପ୍ରଚୁର ପରିମାଣରେ ଧୂଳି ଉଡ଼ୁଛି ! କିନ୍ତୁ ଠିକା ସଂସ୍ଥା ଗାୟତ୍ରୀ କମ୍ପାନୀ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମାସ୍କ, ସାନିଟାଇଜର ସେଫଟିର କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଉନାହିଁ ! ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ କରାଯିବା ସହିତ ନିନ୍ଦା କରାଯାଇଛି ! ଏହାସହ ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି !

ରିପୋର୍ଟ : ଶୁଭମ ପାଣି