ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟସରକାରଙ୍କ ଦ୍ଵାରା ଖଲ୍ଲିକୋଟ କ୍ଲଷ୍ଟ୍ରର ବିଶ୍ୱବିଦ୍ୟାଳୟର କୌଣସି ନିଜସ୍ୱ ଭିତ୍ତିଭୂମି ନ ଥିବା ସତ୍ୱେ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି କେବଳ ରାଜନୈତିକ ଫାଇଦା ନେବା ପାଇଁ ଯୋଜନା କରିଛନ୍ତି ବୋଲି ଘୋର ଅଭିଯୋଗ ହୋଇଛି । ଏହି ବିଶ୍ୱବିଦ୍ୟାଳୟର ତୁରନ୍ତ ନିଜସ୍ୱ ଭିତ୍ତିଭୂମି ସ୍ଥାପନା କରିବା ପାଇଁ ରାଜ୍ୟ ସରକାର ତତ୍ପର ହେବା ସହିତ ବର୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ପାଇଁ ସୁବନ୍ଦୋବସ୍ତ ସହ ୫ ବର୍ଷ ମଧ୍ୟରେ କ୍ଲଷ୍ଟ୍ରର ବିଶ୍ୱବିଦ୍ୟାଳୟ ଅଧୀନରେ ଅଧ୍ୟୟନ ସାରି ଥିବା ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ଗଠନ ଦିଗରେ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହେବା ଅଭିଯୋଗ କରି ଶିକ୍ଷାର ସୁପରିଚାଳନା ସୁବିନିଯୋଗ କରି ବିଦ୍ୟାର୍ଥୀଙ୍କ ପୂର୍ଣ ଉଜ୍ଜଳ ଭବିଷ୍ୟତ ଗଠନ କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି ଏବଂ ଏ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା