ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାହାନଗା ଟ୍ରେନ ଦୁର୍ଘଟଣା ଖବର ପାଇ କୋରାପୁଟ ଗ୍ରସ୍ତର ଅଧା ରାସ୍ତାରୁ ଫେରିଥିଲେ

ବ୍ରହ୍ମପୁର(ସମୃଦ୍ଧଓଡିଶା)ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାହାନଗା ଟ୍ରେନ ଦୁର୍ଘଟଣା ଖବର ପାଇ କୋରାପୁଟ ଗ୍ରସ୍ତର ଅଧା ରାସ୍ତାରୁ ଫେରିଯାଇଥିଲେ। ମହାଜନସମ୍ପର୍କ ଅଭିଯାନରେ ସାମିଲ ହେବା ପାଇଁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମ ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗତପହିଲା ରାତିରେ ହୀରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ୱରରୁ କୋରାପୁଟ ଗସ୍ତ କରୁ ଥିଲେ । ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଯାଇଥିବା ବଡ଼ ଧରଣର ରେଳ ଦୁର୍ଘଟଣା ଖବର ଶୁଣି ଶ୍ରୀ ମନମୋହନ ସାମଲ ତାଙ୍କର କୋରାପୁଟ ଗସ୍ତକୁ ବାତିଲ କରି ବ୍ରହ୍ମପୁର ଠାରୁ ଭୁବନେଶ୍ଵର ଫେରି ତୁରନ୍ତ ବାହାନଗା ଠାରେ ଘଟିଯାଇଥିବା ରେଳ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ । ଏହା ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଗତକାଲି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଟେଲିଫୋନରେ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ବିଷୟରେ କଥା ହୋଇଥିଲେ l ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଏହି ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହ ଆହତଙ୍କୁ ଚିକିତ୍ସାରେ ସହାୟତା, ଦରକାର ରୋଗୀଙ୍କୁ ରକ୍ତ, ଔଷଧ ଦେବାରେ ସହାୟତା, ରିଲିଫ ଯୋଗାଇଦେବା ପାଇଁ ସ୍ଥାନୀୟ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ ଶ୍ରୀ ନଡ୍ଡା କହିଥିଲେ l ରାଜ୍ୟ ସଭାପତି ମନମୋହନ ସାମଲ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରେଳ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ସମସ୍ତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି । ତାଙ୍କର କୋରାପୁଟ ଗସ୍ତ ବାତିଲ କରି ବ୍ରହ୍ମପୁର ଠାରୁ ଫେରି କାର୍ ଯୋଗେ ଘଟଣା ସ୍ଥଳକୁ ଯାଇଛନ୍ତି l ଶ୍ରୀ ମନମୋହନ ସାମଲଙ୍କ ସହ ବିଜେପି ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି ମଧ୍ୟରାତ୍ରରେ ବ୍ରହ୍ମପୁର ଠାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନିଲ ପାତ୍ର,ଜିଲ୍ଲା ଯୁବନେତା ଅଭୟ ଶତପଥି,ଦେବୁନ୍ ପଟ୍ଟନାୟକ,ଜଗନ୍ନାଥ ଜେନା,ବିଜେପି ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ତ୍ରିନାଥ ରେଡ଼ୀ ପ୍ରମୁଖ ଉପସ୍ଥିତ ରହି ସାକ୍ଷାତ କରିଥିଲେ । ମଧ୍ୟରାତ୍ରରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସହ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ମଧ୍ୟ ଟ୍ରେନ୍ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି ।
‌ ‌ରିପୋର୍ଟ୍ : ରଜତ ପଟ୍ଟନାୟକ