ବିଜେପି ବରିଷ୍ଠ ନେତା ଭୃଗୁ ବକ୍ସି ପାତ୍ରଙ୍କ ବ୍ରହ୍ମପୁର ଗସ୍ତ କର୍ମକର୍ତ୍ତାଙ୍କୁ ଚଳଚଞ୍ଚଳ କରିଛି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ବରିଷ୍ଠ ନେତା ଭୃଗୁ ବକ୍ସି ପାତ୍ରଙ୍କ ବ୍ରହ୍ମପୁର ଗସ୍ତ କର୍ମକର୍ତ୍ତାଙ୍କୁ ଚଳଚଞ୍ଚଳ କରିଛି । ମାର୍ଚ୍ଚ ୨୨ତାରିଖ, କୋଭିଡ କଟକଣା ଆରମ୍ଭ ହେଲା ପରଠାରୁ ସମସ୍ତଙ୍କ ପାଇଁ ଏକ ସଂଗରୋଧର ପରିସ୍ଥିତି ଆଣିଦେଲା । ସରକାରୀ ବ୍ୟବସ୍ଥା ଓ ରାଜନୈତିକ ବ୍ୟବସ୍ଥା ଏକ ପ୍ରକାର ନୀରବତା ମଧ୍ୟରେ ଗତି କରିଥିଲା । ଚାହିଁଲେ ମଧ୍ୟ କେହି ଚଳଚଞ୍ଚଳ ହୋଇପାରି ନ ଥିଲେ । ସେହି ଅବସ୍ଥାରେ ଶୀକାର ହୋଇଥିଲେ ଭାରରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭାର ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର । ଦୀର୍ଘ ସମୟ ପରେ ପ୍ରତ୍ୟକ୍ଷ ଭାବରେ ଗତକାଲି ଠାରୁ ବ୍ରହ୍ମପୁରର ବିଭିନ୍ନ କାର୍ଯ୍ୟକ୍ରମ ଓ ବ୍ୟବସ୍ଥାରେ ଉପସ୍ଥିତ ରହି ଲୋକଙ୍କ ସୁଖଦୁଃଖର ଭାଗିଦାର ହେବାରେ ଲାଗିଛନ୍ତି । ମାର୍ଚ୍ଚ ମାସରୁ ଆସିପାରି ନ ଥିଲେ ମଧ୍ୟ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ଦୃଢ ଭାବରେ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଉଠାଇବାରେ ଭୁଲି ନଥିଲେ । ଗତକାଲି ବ୍ରହ୍ମପୁର ନୀଳାଞ୍ଚଳ ନଗର କାର୍ଯ୍ୟାଳୟ ଠାରେ ଅନେକ କାର୍ଯ୍ୟକର୍ତ୍ତା, ରାଜ୍ୟ ଉପସଭାପତି ଶ୍ରୀ ଭୃଗୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଦିନ ତମାମ ବିଭିନ୍ନ ସଂଗଠନର ସମସ୍ୟା ଓ ସମାଧାନର କାର୍ଯ୍ୟରେ ଲାଗି ପଡିଥିଲେ । ଗଞ୍ଜାମ ଜିଲ୍ଲାର ବଡ ସମସ୍ୟା ଶ୍ରମ ଓ ନିୟୋଜନ ସହ ଲୋକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ସମ୍ପର୍କରେ ଫୋରମ ଫର ଗଞ୍ଜାମର ସଦସ୍ୟ ମାନଙ୍କ ସହ ଲମ୍ବା ଆଲୋଚନା କରିଥିଲେ । ଗଞ୍ଜାମର କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନେ କିଭଳି ଗଞ୍ଜାମର ଉନ୍ନତି ବ୍ୟବସ୍ଥାରେ ନିୟୋଜିତ ରହିବେ ସେହି ଯୋଜନା ସଂପର୍କରେ ବିଭିନ୍ନ ବୁଦ୍ଧିଜୀବି, ବୈଷୟିକ ଓ ବାଣିଜ୍ୟ କ୍ଷେତ୍ରର ସଫଳ ଶିକ୍ଷାର୍ଥୀ, ଯୁବ ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରି ପରାମର୍ଶ ସଂଗ୍ରହ କରିଥିଲେ । ବ୍ରହ୍ମପୁର ସମେତ ଗଞ୍ଜାମର ଚର୍ଚ୍ଚିତ ଚେହେରା ସ୍ୱର୍ଗତ ଅଲେଖ ଚୌଧୁରୀଙ୍କ ପରିବାରକୁ ଭେଟିଥିଲେ । ବ୍ରହ୍ମପୁର, ଚିକିଟି ଓ ଛତ୍ରପୁରର ଦଳୀୟ ବିଧାୟକ ପ୍ରାର୍ଥୀ ସହ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଭୃଗୁଙ୍କ ଗସ୍ତରେ ଗଞ୍ଜାମ ଭାଜପାର ସମସ୍ତ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ବହୁ ଉତ୍ସାହ ଆଣି ଦେଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା