ବିଜେପି କମାପଲ୍ଲୀ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି କମାପଲ୍ଲୀ ମଣ୍ଡଳ ପକ୍ଷରୁ ଗଜପତି ନଗର କଲ୍ୟାଣ ମଣ୍ଡପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବିରର ଉଦ୍ଘାଟନ କରିଥିବା ବେଳେ ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଶିବ ଅଧିକାରୀ ଅତିଥି ତଥା ପ୍ରଶିକ୍ଷଣ ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ଚିତରଞ୍ଜନ ପଣ୍ଡା ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ପ୍ରଶିକ୍ଷଣ ଶିବିରର ପ୍ରମୁଖ ବିଷୟ ଓ ବିକାଶ ଉପରେ ପ୍ରଶିକ୍ଷକ ବାଳକୃଷ୍ଣ ସାମନ୍ତରାୟ ପ୍ରଶିକ୍ଷଣ ଦେଇଥିବା ବେଳେ ଦେବୀ ପ୍ରସାଦ ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ଏବଂ ଆତ୍ମନିର୍ଭରଶୀଳ ଉପରେ ରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷଣ ଦେଇଥିଲେ ଏବଂ ରବୀନ୍ଦ୍ର ବେହେରା ସଂଚାଳନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଅନୁକୁଲ୍ୟରେ ବିଜେପିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ଉପସ୍ଥିତ ରହି ସଙ୍ଗଠନକୁ ସୁଦୃଢ କରିବା ପାଇଁ ମୋ ବୁଥ ସବୁଠୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି କମାପଲ୍ଲୀ ମଣ୍ଡଳର ଆଶିଷ ସାହୁ, ବିଜେପି ନେତା ରାମ କୁମାର ପାତ୍ର, ପ୍ରଦୀପ ସାହୁ, ଆଶିଷ ପଣ୍ଡା, ପ୍ରଭାତ କିରଣ ଷଢଙ୍ଗି, ସନ୍ତୋଷ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରହଲ୍ଲାଦ ପାଣିଗ୍ରାହୀ, ଗୌରୀ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା