ବିଜେଡି ପକ୍ଷରୁ କରୋନା ଜନ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଓ ମୋ ପରିବାର ଆନୁକୂଲ୍ୟରେ ଚମାଖଣ୍ଡି ବ୍ଳକ, ନିର୍ବାଚନ ମଣ୍ଡଳୀର ବଡ଼ମାଧପୁର ପଞ୍ଚାୟତରେ କରୋନା ଜନ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ. ଧନଞ୍ଜୟ ରେଡୀ, ଜିଲ୍ଲାପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ ଓ ବଡ଼ମାଧପୁର ସରପଞ୍ଚ ଶରତ ଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇ ଜନସାଧାରଣଙ୍କୁ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରାଇଛନ୍ତି  l ଏହାସହ ଘରକୁ ଘର ଯାଇ ଲୋକଙ୍କୁ ମାସ୍କ ବଣ୍ଟନ କରିଥିବା ଜଣାଯାଇଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା