ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମ ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପିର ଆଗ ଧାଡ଼ିର ସଙ୍ଗଠକ ଲିଟୁ ପ୍ରଧାନ ଓ ମହେଶ୍ୱର ସାହୁ ଜାତୀୟ ଦଳ ବିଜେପି ପ୍ରତି ବିମୁଖ ହୋଇ ଦଳତ୍ୟାଗ କରି ତାଙ୍କର ୫୦ରୁ ଉର୍ଦ୍ଧ୍ଵ ସମର୍ଥକ ପରିବାର ସହ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଅଞ୍ଚଳରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନସମ୍ପର୍କରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା ପ୍ରମୁଖ ନେତା ଓ କର୍ମୀ ମାନଙ୍କୁ ବିଧାୟକ ଶ୍ରୀ ସାହୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସଂପାଦକ ଅଶୋକ କୁମାର ବିଷୋୟୀ, ସରପଞ୍ଚ ରଞ୍ଜୟ କୁମାର ପାଣିଗ୍ରାହୀ, ସମିତି ସଭ୍ୟା ସରସ୍ୱତୀ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ, ଯୁବ ବିଜେଡି ନେତା ଭଗବାନ ମହାରଣା, ଲଡୁ କିଶୋର ଦଳାଇ, ସନ୍ତୋଷ କୁମାର ପ୍ରଧାନ, ହରିହର ବିଶ୍ୱାଳ, ପ୍ରଫୁଲ୍ଲ ବିଶ୍ବାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା