ବାଳିକା ଓ ଯୁବତୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଇ ଜାତୀୟ ସ୍ତର ପୁରସ୍କାର ହାସଲ କଲେ ଅମ୍ବିକା ପ୍ରସାଦ ଦାଶ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବାଳିକା ଓ ଯୁବତୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଇ ଜାତୀୟ ସ୍ତର ପୁରସ୍କାର ହାସଲ କରିଛନ୍ତି ବ୍ରହ୍ମପୁର ଠାରେ ଥିବା “ଜଗୁଆର ଏକାଡେମୀ ଅଫ ମାରସିଆଲ ଆର୍ଟ”ର ମୁଖ୍ୟ ତଥା ପ୍ରଶିକ୍ଷକ ଅମ୍ବିକା ପ୍ରସାଦ ଦାଶ । ଶ୍ରୀ ଦାଶ “ମିଶନ ଲକ୍ଷ୍ୟ” ନାମରେ ସମ୍ପୂର୍ଣ୍ଣ ମାଗଣା ଆତ୍ମରକ୍ଷା ତାଲିମ ଅଭିଯାନ କରି ଓଡିଶାରେ ଏକ ବର୍ଷ ମଧ୍ୟରେ ୧୨ ଶହ ବାଳିକାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଗତ ୨୦୧୯ ବର୍ଷରେ ଶ୍ରୀ ଦାଶ ନିଜସ୍ୱ ସମସ୍ତ ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୧୨ଶହ ବଳିକାଙ୍କୁ ମାଗଣାରେ ଏହି ଆତ୍ମରକ୍ଷା ତାଲିମ ଦେଇଥିଲେ । ମୁମ୍ବାଇ ଠାରେ ଗତ ୨୮ ତାରିଖରେ “ଭାରତର କୋମ୍ବାଟ ଟାକଟିକାଲ ଆସୋସିଏସନ” ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାବେଶରେ ଶ୍ରୀ ଦାଶଙ୍କୁ ଶ୍ରେଷ୍ଠ ଆତ୍ମରକ୍ଷା ପ୍ରଶିକ୍ଷକ ଜାତୀୟ ଆୱାର୍ଡ ପ୍ରଦାନ ସହ ମାନପତ୍ର, ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା