ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଜାତୀୟ ସେବା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଶାଳିକୋଠାସ୍ଥିତ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଶୀତକାଳୀନ ଦିନ ଧରିସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଛି । ୨୫ ଜଣ ଶିବିରାର୍ଥୀ ଶାଳିକୋଠା, ଆରୁହା, ନିମପୁର ଓ ଚକଜ୍ଜୁନୀ ଗ୍ରାମରେ କରୋନା ସଚେତନତା, ଭୋଟର ତାଲିକା ନାମ ପଂଜିକରଣ, ବୃକ୍ଷରୋପଣ, ନିଶାନିବାରଣ, ପରିବେଶ ପ୍ରଦୋଷଣ ଇତ୍ୟାଦି ସଂପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ । ଆୟୋଜିତ ସଭାରେ ଅଧ୍ୟକ୍ଷ ଡା ବିବେକାନନ୍ଦ ସାହୁ ସଭାପତିତ୍ୱ କରିଥିଲେ । ଜାତୀୟ ସେବା ଯୋଜନାର ଜିଲା ଅଧିଖାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ଜାତୀୟ ସେବା ଯୋଜନାର ବିପିଓ ସତ୍ୟମୟ ଆଚାର୍ଯ୍ୟ ଶିକ୍ଷାଦ୍ୱାରା ଜ୍ଞାନ ଆହୋରଣ ଓ ସେବା ଦ୍ୱାରା କର୍ମସମନ୍ନତ ହୋଇଥାଏ ବୋଲି କହିଥିଲେ । ପାର୍ଥସାରଥି ନନ୍ଦ ବେଦପାଠ, ସମରବଲ୍ଲଭ ସାହୁ ସ୍ୱାଗ ଅଭିଭାଷଣ, କାତ୍ତିକେଶ୍ୱର ପାତ୍ର ଆଭିମୁଖ୍ୟ ପ୍ରଦାନ କରିଥିଲେ । ବର୍ଷାରାଣୀ ଦାସ ଓ କାହ୍ନୁଚରଣ ପଣ୍ଡାଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାଚାରୀଭାବେ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା