ପୁରୀରେ ମେ ୧୫ ଯାଏଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ…

ପୁରୀ (ସମୃଦ୍ଧ ଓଡିଶା) ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ମେ ୧୫ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ଘୋଷଣା କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜିଠାରୁ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ୍‌, ଚର୍ଚ୍ଚକୁ ବନ୍ଦ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କେବଳ ନୀତିକାନ୍ତି ସ୍ବାଭାବିକ କରାଯାଇଛି । କିନ୍ତୁ ‌ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଗତକାଲିଠାରୁ ମେ’ ୧୫ ପର୍ଯ୍ୟନ୍ତ ସ୍ୱର୍ଗଦ୍ବାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହ ଉପରେ ରୋକ୍‌ ଲଗାଯାଇଛି । ସେହିଭଳି ‌ମହୋଦଧିରେ ଅସ୍ଥି ବିସର୍ଜନ ବନ୍ଦ କରାଯାଇଛି । ଜିଲ୍ଲା ଭିତର ଲୋକେ ଶବଦାହ ପୂର୍ବରୁ ଜିଲ୍ଲାବାସୀ ବୋଲି ପ୍ରମାଣପତ୍ର ସହ ମୃତକଙ୍କ ସମ୍ପର୍କରେ ଡାକ୍ତରୀ ରିପୋର୍ଟ ଆଣିବାକୁ କୁହାଯାଇଛି । ଘରେ ଯଦି କାହାରି ମୃତ୍ୟୁ ହୋଇଥାଏ ତେବେ ଗାଁ କମିଟି, ଗାଁ ମୁରବି ଅବା ସରପଞ୍ଚଙ୍କଠାରୁ ଲିଖିତପତ୍ର ଆଣିବାକୁ କୁହାଯାଇଛି । ସେପଟେ ବ୍ଲୁ ଫ୍ଲାଗ ବିଚ୍‌, ନୀଳାଦ୍ରି ମହୋଦୟ ବିଚ୍‌ ସହ ଜିଲ୍ଲାର ସମସ୍ତ ପାର୍କକୁ ବି ବନ୍ଦ ଘୋଷଣା କରାଯାଇଛି ।