ପବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୩୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆମ୍ବଗଡ଼ ନିକଟରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେଜଣେ ଗିରଫ କରିଛି l ଖବର ପ୍ରକାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ନେଇ ଧରପଗଡ଼ ପାଇଁ ଅଣ୍ଟା ବାନ୍ଧିଛି ପ୍ରଶାସନ । ସେହିଭଳି ଆଜି ଭୋର ସକାଳ ସମୟରେ ଗଜପତି ଜିଲ୍ଲା ଠାରୁ ବ୍ରହ୍ମପୁର ଦେଇ ଉତ୍ତରପ୍ରଦେଶ ଅଂଚଳକୁ ଲକ୍ଷାଧିକ ଟଙ୍କାର ଗଂଜେଇ ଚାଲାଣ ହେଉଥିବା ଖବର ପାଇଥିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ l ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ଓ ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ ସିଂ ଙ୍କ ନିର୍ଦେଶ କ୍ରମେ ଏବଂ ବ୍ରହ୍ମପୁର ଡେପୁଟି ସୁପରୀଟେଣ୍ଡଣ୍ଟ କୁବେରୀ ସେଠୀଙ୍କ ତତ୍ୱାବଧାନରେ ବ୍ରହ୍ମପୁର ବଡବଜାର ଥାନା ଅଧିନ ଆମ୍ବଗଡ଼ ଠାରେ ଯାଞ୍ଚ କରିବା ସମୟରେ ସନ୍ଦେହଭାବେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରୁ ୨୧୭ କିଲୋ ଓଜନର ଗଂଜେଇ ଜବତ କରାଯାଇଛି l ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୩୦ଲକ୍ଷ ୫୫ହଜାର ହେବ ବୋଲି ଜଣାପଡିଛି l ଏହି ଘଟଣାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ସଲମତ ସାହା (୩୫) ଙ୍କୁ ଗିରଫ କରିବା ସହ ଏହି ଗଂଜେଇ ଚୋରା ଚାଲାଣ ପଛରେ କିଏ କିଏ ସମ୍ପୃକ୍ତ ଅଛି ସେ ନେଇ ଘଟଣାର ତଦନ୍ତ ଜାରି ରହିଥିବା ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରା ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା