ନେତୃତ୍ୱ ବିକାଶ ଓ ଶିକ୍ଷା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଉଚ୍ଚ ବିଦ୍ୟାଳୟରେ ଡିଜିଟାଲ କୌଶଳର ବ୍ୟବହାର ସମ୍ପର୍କିତ ଅଷ୍ଟମ ପର୍ଯ୍ୟାୟ କର୍ମଶାଳା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ତରଫରୁ ନେତୃତ୍ୱ ବିକାଶ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ପର୍କିତ ଏକ ପଞ୍ଚଦିବସୀୟ କର୍ମଶାଳା ସ୍ଥାନୀୟ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଢେ଼ଙ୍କାନାଳରେ କୋଭିଡ଼ -୧୯ ନିୟମାବଳୀ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟମ କର୍ମଶାଳାରେ ଢେ଼ଙ୍କାନାଳ ଜିଲ୍ଲାର ୨୧ ଗୋଟି ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମିଶାଇ ମୋଟ ୬୫ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରି ସଫଳ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । କର୍ମଶାଳାର ପ୍ରଥମ ଦିନ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମହୋଦୟା ଉକ୍ତ କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ବର୍ତ୍ତମାନ ୫ଟି ଆନୁକୂଲ୍ୟରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଯେଉଁ ସବୁ ସୁବିଧା ଗୁଡିକ ଉପଲବ୍ଧ ଅଛି ସେଗୁଡିକର ସୁଫଳ ପିଲାମାନଙ୍କ ନିକଟରେ କିଭଳି ପହଂଚିବ, ସେ ସମ୍ପର୍କରେ ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ମାନେ ଯତ୍ନବାନ ହେବାକୁ ସେ ସୁପରାମର୍ଶ ଦେଇଥିଲେ l ପ୍ରଶିକ୍ଷକା ଓ ପ୍ରଶିକ୍ଷକଭାବେ ଢେଙ୍କାନାଳ ଗୋଷ୍ଠୀଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲ, ଯୋଗ ଦେଇ ନେତୃତ୍ୱ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଆତ୍ମ ସଚେତନତା, ଶିକ୍ଷା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗଦ୍ୱାରା ଡିଜିଟାଲ କୌଶଳର ସଫଳ ବ୍ୟବହାର, ସ୍ମାର୍ଟ ବିଦ୍ୟାଳୟର ସ୍ୱରୂପ ଆଦି ସମ୍ପର୍କରେ ବିଭିନ୍ନ ଦିନମାନଙ୍କରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସଫଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କର୍ମଶାଳାରେ ସମସ୍ତେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ଉତ୍ସାହର ସହ ଶିଖୁଥିଲେ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦିତ କରିଥିଲେ । ବିଦ୍ୟାଳୟ ମାନଙ୍କରେ ସଂଯୁକ୍ତ ହୋଇଥିବା ସ୍ମାର୍ଟ ପlନେଲ ବୋର୍ଡର ବିଭିନ୍ନ ବ୍ୟବହାର ଗୁଡିକ ରାଜ୍ୟ ପ୍ରଶିକ୍ଷଣ ପ୍ରାପ୍ତ ଗନ୍ଦିଆ ଓ ଭୁବନ ବ୍ଲକ, ପରିଚାଳନା ସୂଚନା ବ୍ୟବସ୍ଥା ଓ ଯୋଜନା ସଂଯୋଜକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କର୍ମଶାଳାର ଅନ୍ତିମ ଦିବସରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଢେ଼ଙ୍କାନାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ସମ୍ମାନିତ ଅତିଥି ଭାବରେ ଓ ଢେ଼ଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁନର୍ବାର ଶିକ୍ଷକ ମାନଙ୍କୁ ଅଧିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ପରାମର୍ଶ ଦେବା ସହିତ ପ୍ରତ୍ୟେକ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ଆହ୍ୱାନ ଦେଇଥିଲେ l ଏହାପରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷାଧିକାରିଣୀ ମହୋଦୟା ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ପରିଶେଷରେ ଶୁଭଲକ୍ଷ୍ମୀ ସାହୁ, ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଶିକ୍ଷଣ ଶାସ୍ତ୍ର ସଂଯୋଜିକା ଧନ୍ୟବାଦ ଅର୍ପଣ କରିଥିଲେ । ସଫଳ ଭାବରେ ଅନୁଷ୍ଠିତ କର୍ମଶାଳାଟି ଶୁଭଲକ୍ଷ୍ମୀ ସାହୁ, ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଶିକ୍ଷଣ ଶାସ୍ତ୍ର ସଂଯୋଜିକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଏହି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ ସ୍ଥାନୀୟ ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଢେ଼ଙ୍କାନାଳ, ଏହାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଏହି ପଞ୍ଚଦିବସୀୟ ପ୍ରଶିକ୍ଷଣ କର୍ମଶାଳାର ସଫଳ ସଂଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଡ଼ା. ଦେବୀ ପ୍ରସାଦ ମିଶ୍ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଜଣାଇଛନ୍ତି l