ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରେମରେ ରିସ୍କ ହେଲା ମତେ ଇସ୍କ”ର ଅଡିଓ ଲୋକାର୍ପଣ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ନିର୍ମାଣ ନୂଆ ଓଡ଼ିଆ ଚଳଚ୍ଚିତ୍ର” ପ୍ରେମରେ ରିସ୍କ ହେଲା ମତେ ଇସ୍କ”ର ଅଡିଓ ଲୋକାର୍ପଣ ଭୂବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡଶୀ ରିସର୍ଚ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଓ ଲୋକାର୍ପଣରେ ମୁଖ୍ୟ ଅତିଥି ଭାବେ ୟୁନିୟନ୍ ବ୍ୟାଙ୍କ ଚନ୍ଦ୍ରଶେଖରପୁରର ଶାଖା ପରିଚାଳକ ମାନସ ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ମଞ୍ଜରୀ ଟିଭିର ଚ୍ୟାନେଲ ମୁଖ୍ୟ ରତିକାନ୍ତ ଶତପଥି, ଜୀ ସାର୍ଥକର ନନ୍ ଫିକସନ୍ ହେଡ ସାଇ ମଙ୍ଗକିରଣ ମଙ୍ଗରାଜ, କଲର୍ସ ଓଡ଼ିଆର ଚ୍ୟାନେଲ ମୁଖ୍ୟ ପ୍ରିୟ ରଞ୍ଜନ ପଣ୍ଡା, ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଓ ଅଭିନେତ୍ରୀ ମାମା ସାମିଲ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରର ଅଡିଓକୁ ଲୋକାର୍ପଣ କରିଥିଲେ । ୟୁଏସ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦାଇତ୍ଵରେ ଅଛନ୍ତି କେ.ମୁରଲୀ କ୍ରିଷ୍ଣା, ସଂଳାପ ରଚନା କରିଛନ୍ତି ଡଃ. ରଜନୀରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ଦାଇତ୍ଵରେ ଅଛନ୍ତି ସଞ୍ଜୟ ଓ ସିତୁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅରପିତା ଚୌଧୁରୀ, ସତ୍ୟଜିତ୍, ନାଭ୍ୟା, ଲିପ୍ସା, ସୁଶାନ୍ତଙ୍କ ସହ ଗୀତ ରଚନା କରିଛନ୍ତି ସତ୍ୟାନନ୍ଦ ନାୟକ, ଉମେଶ ସାହୁ,ଏମ୍ ଜେବି ବଣ୍ଟି, ପିଣ୍ଟୁ ଏଥିସହିତ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁରୟାନ୍ ରଥ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶୈଳେନ୍ଦ୍ର, ଦିବ୍ୟା, ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣି, ଅଞ୍ଜନା ମିଶ୍ର, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ । ସଙ୍ଗୀତ ଲୋକାର୍ପଣ ସହ ଚଳଚ୍ଚିତ୍ରର ଫାଷ୍ଟ ଲୁକ୍ ମଧ୍ୟ ଦର୍ଶକମାନଙ୍କ ଉଦ୍ଦେଶ୍ୟ ରେ ଅତିଥି ମାନେ ଲୋକାର୍ପଣ କରିଥିଲେ । ଚଳଚ୍ଚିତ୍ର ଅତି ଶିଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।