ନକଲି ବିଦେଶୀ ମଦ ଜବତ : ଜଣେ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଦରଥାନା ଅଧୀନ ବ୍ରଜନଗର ଆଞ୍ଚଳରେ ଥିବା ଏକ ଘର ଉପରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପ୍ରାୟ ୨୦ ପେଟି ନକଲି ମଦ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ବ୍ରଜନଗର ଦ୍ୱିତୀୟ ଲାଇନରେ ତ୍ରିନାଥସିଂଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ । ସୂଚନାଯୋଗ୍ୟ, କିଛି ଦିନ ଧରି ଏହି ଘରେ କିଛି ସାମଗ୍ରୀ ଅଟ ଯୋଗେ ଯିବା ଆସିବା ହେଉଥିବା ନେଇ ସ୍ଥାନୀୟ ଲୋକ ଅବକାରୀ ବିଭାଗକୁ ଖବର ଦେଇଥିଲେ । ତେଣୁ ଏହି ଘର ଉପରେ ଅବକାରୀ ବିଭାଗର ନଜର ରହିଥିଲା । ଆଜି ହଠାତ ଏହି ଘର ଉପରେ ଚଢ଼ାଉ କରାଯାଇଥିଲା । ଜବତ ୨୦ଟି ପେଟିରେ ବିଭିନ୍ନ ବ୍ରାଣ୍ଡର ୯୬୦ଟି ବୋତଲ ବିଦେଶୀ ମଦ ଥିବା ଜଣାପଡିଥିଲା । ଏହି ଘରୁ ମଦ ଜବତ ହୋଇଥିବା ବେଳେ ଏହା କେଉଁଠାରେ ପ୍ରସ୍ତୁତ ହେଉଛି ସେ ନେଇ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି ।

ନିମାଇଁ ଚରଣ ପଣ୍ଡା
ସମୃଦ୍ଧ ଓଡିଶା