ଦାଇତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା…

ଦାଇତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଜିଲ୍ଲାର ବିକାଶ ନିମନ୍ତେ ଗ୍ରହଣ କରିବେ ବିଭିନ୍ନ ପଦକ୍ଷେପ । ନୂତନ ଜିଲ୍ଲାପାଳଙ୍କୁ ଦାଇତ୍ୱ ହସ୍ତାନ୍ତର କଲେ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହି ସମୟରେ ପୂର୍ବତନ ଜିଲ୍ଲାପାଳଙ୍କ ଆଖରେ ଲୁହ ଦେଖିବାକୁ ମିଳିଥିଲା । ଦୀର୍ଘ 4 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲୋକଙ୍କ ସେବାକରି ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ । ଆଜି ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଭଲ ପାଇବାକୁ ଭୁଲି ପାରିବେ ନାହିଁ ବୋଲି କହିଲେ ପୂର୍ବତନ ଜିଲ୍ଲାପାଳ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ । ସ୍ବାଗତ ସମ୍ବର୍ଦ୍ଧନା ବେଳେ ଡିଆରଡିଏ ପିଡି ଭି କୀର୍ତ୍ତି ଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ୍, ଛତ୍ରପୁର ଥାନା ଅଧିକାରୀଙ୍କ ସମେତ ବହୁ ପଦାଧିାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ: ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା