ତୈଳ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ କଂଗ୍ରେସର ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିନକୁ ଦିନ ତୈଳ ଦର ଆକାଶ ଛୁଆଁ ହେଲାଣି । ୧୦୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟନାୟକଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶରେ ଆହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ କଂଗ୍ରେସ କର୍ମୀମାନେ ବ୍ରହ୍ମପୁର ପିଭିଏନ ରାଓ ଓ କାର୍ଗିଲ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ କେନ୍ଦ୍ର ସରକାର ତୁରନ୍ତ ତୈଳ ଦର ବୃଦ୍ଧି ହ୍ରାସ କରିବାକୁ କର୍ମୀ ମାନେ ଦାବି କରିବା ସହ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ ନଗର ସଭାପତି ସୁଜୟ ଆଚାର୍ଯ୍ୟ । ଏହି କାର୍ଯ୍ୟକ୍ରମରେ ବିସ୍ମୟ ମହାପାତ୍ର,ଏସ. ଦଣ୍ଡ ପାଣିପାତ୍ର, ସୁଜିତ କୁମାର ଦାଶ, ବିକାଶ ନାୟକ, କିଶୋର କପୂର, ଜିତେନ୍ ବାଡତ୍ୟା, ଜିତେନ୍ଦ୍ର ଘଡେଇ, ଭିକି ନାୟକ, ଗାଙ୍ଗୁଲି ମୁଖୀ, ଅତୀଶ କୁମାର ଦଳେଇ, ରବୀନ୍ଦ୍ର ଅଧିକାରୀ, ଡି.ଉପେନ୍ଦ୍ର ରାଓ, ସିଦାର୍ଥ ଗୌଡ଼, ରାକେଶ ରାଉତଙ୍କ ସମତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।