ଟିମ କ୍ଲିନ ସିଟି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୭ମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଟିମ କ୍ଲିନ ସିଟି ପକ୍ଷରୁ ଟିମ ସଦସ୍ୟଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଗଜପତିନଗର ସ୍ଥିତ ଏଲଆଇଜି ପାର୍କ ପରିସରରେ ଟିମ ସଦସ୍ୟମାନେ ଯୋଗ ଅଭ୍ୟାସ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଯୋଗର ଅବଶ୍ୟାକତା ଓ ଏହାର ଉପକାରିତା ସମ୍ପର୍କରେ ଟିମର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ନିଜ ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ । ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀର କେବଳ ଯେ ସୁସ୍ଥ ରହେ ଏହା ନୁହଁ ବରଂ ମାନସିକସ୍ତରରେ ମଧ୍ୟ ଶାନ୍ତି ଦେଇଥାଏ । କରୋନା ମହାମାରୀ ସମୟରେ ଅଦୃଶ୍ୟ ଭୁତାଣୁ ସହ ଲଢେ଼ଇ କରିବାରେ ଯୋଗ ବେଶ ସହାୟକ ହେଉଥିବା ପରିଲକ୍ଷିତ ହୋଇଛି । ଆଜିର ଏହି ସ୍ୱତନ୍ତ୍ର ଯୋଗ ଶିବିରରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିବା ବେଳେ ସୂର୍ଯ୍ୟ ନାରାୟଣ ଚୌଧୁରୀ ଓ ଅଞ୍ଜଳୀ ମହାନ୍ତି ପ୍ରମୁଖ ଯୋଗ ଶିବିରକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗତ ଫର୍ମା ପକ୍ଷରୁ ପ୍ରତିନିଧି ଭାବେ ପ୍ରଦୀପ ପାଢ଼ୀ ଉପସ୍ଥିତ ରହି ଶିବିର ଶେଷରେ ଶକ୍ତିବର୍ଦ୍ଧକ (Energy Drink) ପାନୀୟ ଯୋଗାଇଥିଲେ ।