ଜାତୀୟ ସଡକ ସୁରକ୍ଷା ମାସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ୧ ମାସ ଧରି ଜାତୀୟ ସଡକ ସୁରକ୍ଷା ମାସ ଭାବେ ପାଳିତ ହେବାକୁଥିବା ବେଳେ ଆଜି ଜଳେଶ୍ୱର ବସ୍ ମାଲିକ ସଂଘ ଆନୁକୂଲରେ ସଚେତନତା ଶିବିର ପାଳିତ ହୋଇ ଯାଇଛି । ଆଜି ଟାଉନ୍‌ହଲ ପଡିଆ ସମ୍ମୁଖରେ ଆୟୋଜିତ ଉତ୍ସବରେ ବସ୍ ମାଲିକ ସଂଘର ସଂପାଦକ ହରେନ୍ଦ୍ର ଦାସ ସଭାପତିତ୍ୱ କରି ବ୍ୟାପକ ଜନସଚେତନତା ଓ ଜଳେଶ୍ୱର ବସ୍‌ଷ୍ଟାଣ୍ଡ ଅତିଶୀଘ୍ର ୬୦ନଂ ଜାତୀୟ ରାଜପଥକୁ ସ୍ଥାନାନ୍ତର ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଆର୍‌ଟିଓ ରଶ୍ମୀରଂଜନ ଦୋଳବେହେରା ଯୋଗ ଦେଇ ୬୦ନଂ ଜାତୀୟ ରାଜପଥ ଏକ ସମ୍ବେଦନଶୀଳ ରାସ୍ତା ଅଟେ ବୋଲି କହିଥିଲେ । ସୁପ୍ରିମବୋର୍ଟର ନିୟମ ଅନୁଯାୟୀ ବାଇକ୍‌ରେ ୨ଜଣ ଆରୋହୀ ହେଲମଣ୍ଟେପିନ୍ଧିବା, ୪ଚକିଆ ଯାନରେ ସିଟବେଲ୍ଟ ବାନ୍ଧିବା ଜରୁରୁ ବୋଲି ସୂଚନା ଦେଇଥିଲେ । ବାଲେଶ୍ୱର ଜିଲାର ୭୦ଭାଗ ଦୁର୍ଘଟଣା ଜାତୀୟ ରାଜପଥ ୭ଟି ଥାନା ଅଂଚଳରେ ୨୫ଭାଗ ଦୁର୍ଘଟଣା ଘଟୁଥିବାରୁ ପ୍ରତ୍ୟେକେ ସଚେତନ ହେବା ଉଚିତ ବୋଲି କହିଥିଲେ । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନେଇଯାଇଥିବା ବ୍ୟକ୍ତିଙ୍କୁ ୨ହଜାର ଟଙ୍କା ମିଳିବାର ବ୍ୟବସ୍ଥା ଥିଲାବେଳେ ଅଜଣାଗାଡି ଧକ୍କାରେ ମୃତ ବ୍ୟକ୍ତିକୁ ୨ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୫୦ହଜାର ଟଙ୍କାର ସହାୟତା ସଂପର୍କରେ କହିଥିଲେ । ଏମ୍‌ଭିଆଇ ବିଶ୍ୱଜିତ୍ ଦାସ ବସ୍ ସଂଘ ସଭାପତି ପ୍ରଦୀପ ପାତ୍ର, କୋଷାଧ୍ୟକ୍ଷ ତଥା ବଣିକ ସଂଘ ସଭ୍ୟ ସୁଧିର ମହାନ୍ତି, ଦେବାଶିଷ ମଲ୍ଲିକ, ସମରେନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ବେହେରା, ରବିନ୍ଦ୍ର ସେନାପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।