ଜବର ଦଖଲକୁ ନେଇ ଅସନ୍ତୋଷ : ତହସିଲଦାରଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ ଅନ୍ତର୍ଗତ ନାମ୍ପା ଗ୍ରାମର ବିଭିନ୍ନ ସ୍ଥାନରେ ଜବର ଦଖଲ ଥିବାରୁ ସେଥିନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖା ଦେଇ ଆସୁଛି । ନାମ୍ପୋ ବଜାରଠାରେ ଜବରଦଖଲର ସମାଧାନ ହୋଇନଥିବା ବେଳେ ସାଇ ଶକ୍ତି ଜିପିଏଲ ମହିଳା ମହାସଂଘର କାର୍ଯ୍ୟାଳୟ ସମ୍ମୁଖକୁ କେତେକ ଅସାଧୁ ବ୍ୟକ୍ତି ଜବରଦଖଲ କରିବାର ଅଭିଯୋଗ ହୋଇଛି । ମହାସଂଘର ଗୃହ ସମ୍ମୁଖରେ ଏକ ବେଆଇନ୍ ଅବରୋଧ ଯୋଗୁଁ ଏହାର ଉଚ୍ଛେଦ ଦାବିରେ ଜଳେଶ୍ୱର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହାସଂଘର ସଭାପତି ସଂଜୁରାଣୀ ଭୂୟାଁ, ସଂପାଦିକା ସ୍ନୋହଞ୍ଜଳି ଭୂୟାଁଙ୍କ ନେତୃତ୍ୱରେ ବହୁ ମହିଳା ଏପରି ଦାବିରେ ତହସିଲଦାରଙ୍କ ଦାବିପତ୍ର ଦେଇଥିବା ବେଳେ ଏକ ସ୍ୱେଚ୍ଛାସେବୀ ମହିଳା ସଂଗଠନକୁ କାର୍ଯ୍ୟକରିବାରେ ସହାୟତା କରିବାରେ ମହାସଂଘ ପକ୍ଷରୁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ନିବେଦନ କରାଯାଇଛି ।