ଚିତିମିଶ୍ରା ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୫ ୟୁନିଟ ରକ୍ତ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ପାଇକସିଦା ଗ୍ରାମ ପଞ୍ଚାୟତର ଚିତିମିଶ୍ରା ୟୁଙ୍ଗ ଷ୍ଟାର କ୍ଲବର ସରସ୍ୱତୀ ପୂଜା ଓ ଗ୍ରାମୀଣ ମହୋତ୍ସବ ଅବସର ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ରବିନ୍ଦ୍ର ରଣା, ରଞ୍ଜନ ବେହେରା, ରବୀନ୍ଦ୍ର ଗିରୀ ଓ ଲେଲିନ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ  ଶିବିରରେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ପ୍ରଶାନ୍ତ କୁମାର ଦାଶ, ଜିଲ୍ଲା ରକ୍ତଦାତା ସଂଘର ସାଂଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଚିତିମିଶ୍ରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କମଳାକାନ୍ତ ସେଠୀ, ସହକାରୀ ଶିକ୍ଷକ ମୂରଲୀଧର ମହାପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରାଧାକୃଷ୍ଣ ପାଣିଗ୍ରାହୀ, ମନୋରଞ୍ଜନ ସେନାପତି, ଚନ୍ଦନ ଦାସ, ପ୍ରଦୀପ ମହାନ୍ତି,ରାଜେଶ ରାଉଳ, ମୋନାଲିସା ସେନାପତି, ରଶ୍ମିତା ପାତ୍ର, ସତ୍ୟବ୍ରତ ପ୍ରଧାନ, ଲକ୍ଷ୍ମୀଧର ବାରିକ ସହ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି ପରିଡା