ଗୋଲ୍ଡେନ୍ ଷ୍ଟାର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକର ପାଲଝାଡି ଗୋଲଡେନ୍ ଷ୍ଟାର୍ କ୍ରିକେଟ୍ କ୍ଲବ୍ ଅଧୀନରେ ଦ୍ୱିତୀୟ ଗୋଲ୍ଡେନ୍ ଷ୍ଟାର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଲଝାଡିରେ ୨୦ ଜାନୁୟାରୀ ୨୦୨୧ ଦିନ ଭାରତୀୟ ଜାତୀୟ କଂଗ୍ରେସର ବିସ୍ମୟ ମହାପାତ୍ର ଉଦଘାଟନ କରିଥିଲେ । ପାଲଝାଡି ଗାଁର ବରିଷ୍ଠ ସଦସ୍ୟ ସୁଦର୍ଶନ ସୁଆରା, ସୁଧୀର କାନ୍ତ ପାତ୍ର, ପ୍ରକାଶ ଗୌଡ଼ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟର ପରିଚାଳନା କମିଟି ସଦସ୍ୟ ଗୋଲଡେନ୍ ଷ୍ଟାର୍ କ୍ରିକେଟ୍ କ୍ଲବର ସଦସ୍ୟ, ତପନ ଗୌଡ଼, ସୁନୀଲ ଗଉଡ, ଫୁଲେନ୍ ଗୌଡ଼, ଯୁଧିଷ୍ଠିର ଗୌଡ଼ ଏବଂ ରାଜେଶ ମହାକୁଡ ଉପସ୍ଥିତ ଥିଲେ । ଉଦ୍‌ଘାଟନୀ ମ୍ୟାଚରେ ଭ୍ରମରପୁର ଦଳ ଦିଗପହଣ୍ଡି ଦଳକୁ ପରାସ୍ତ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା