ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ମହୋତ୍ସବରେ ଟିମ କ୍ଲିନ ସିଟି ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅନ୍ଵେଷା କଳା କେନ୍ଦ୍ର, ଅଭିନୟ ଜଗତ ଓ ଜିଲ୍ଲା ସଂସ୍କୃତି ବିଭାଗ ଗଞ୍ଜାମ ପକ୍ଷରୁ ଅନୁଷ୍ଠିତ ତୃତୀୟ ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟିକୁ ସମ୍ବର୍ଦ୍ଧିତ କରାଯାଇଛି । ସାଂପ୍ରତିକ ସମୟରେ ଟିମ୍ କ୍ଳିନ ସିଟି ବ୍ରହ୍ମପୁର ରେଶମ ସହରରେ କେବଳ ନୁହଁ ସାରା ଦକ୍ଷିଣ ଓଡ଼ିଶାର ସମାଜିକ ସଂଗଠନ ଭାବେ ପରିଚୟ ତିଆରି କରି ଆମ ସମାଜ ପାଇଁ ଏକ ପ୍ରେରଣାର ସ୍ୱର । ଦୁଇ ବର୍ଷ ମଧ୍ୟରେ ସଂଗଠନର ପ୍ରତ୍ୟେକ ସଦସ୍ୟ ଏକ ମନ ଏକପ୍ରାଣ ଏକସ୍ୱର ଏକ ବିଚାର ପଥରେ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଡୋରୀରେ ବାନ୍ଧି ହୋଇ ଅନେକ କାର୍ଯ୍ୟ ବିଶୁଦ୍ଧ ଭାବନାରେ କରିବା ସମାଜରେ ବିରଳ । ଶହେ ନିରାଶ୍ରୟଙ୍କୁ ସେବା ଦେଇ କରୁଣା ସହାନୁଭୂତିର କୋମଳ ସ୍ୱର୍ଶରେ କେତେବେଳେ ଦେବଦୂତ ସାଜି ଥିବା ବେଳେ ପୁଣି ଜନୈକ ମାନସିକ ବିକାର ସଂପର୍କୀୟ ଠାରୁ ଦୂରେଇ ଯାଇଥିବା ଅସହାୟ ମଣିଷକୁ ସ୍ୱଜନଙ୍କ ନିକଟରେ ପହଞ୍ଚାଇବାରେ ଆପଣ ମାନଙ୍କ ବଳିଷ୍ଠ ଯୋଗଦାନ ସ୍ମରଣୀୟ ବରଣୀୟ ଅଭିନନ୍ଦନୀୟ । ଦୀର୍ଘ ଦୁଇ ବର୍ଷରେ ଆପଣ ମାନଙ୍କ ବିଚାରର ଗୋଟିଏ ଗୋଟିଏ ସୌରଭମୟ ସଂସ୍କରଣ ଏ ମଞ୍ଚରେ ସ୍ଵୀକାର୍ଯ୍ୟ । ସହରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଚୀର ଗୁଡିକ ବିଜ୍ଞାପନ ଆବର୍ଜନା ମୁକ୍ତ କାର୍ଯ୍ୟ ହେଉ ବା କୌଣସି ଏକ ଦୁର୍ଘଟଣାରେ ଆକସ୍ମିକ ବିପଦରେ ପଡିଥିବା ଅସହାୟ ମଣିଷ ପଶୁପକ୍ଷୀ ହେଉ ଦୟାଳୁ ମନରେ ସେବା ପ୍ରଦାନ କରି ତତ୍କାଳ ଉପଚାର ପାଇଁ ସହଯୋଗ ପାଇଁ ପରସ୍ପର ଠିଆ ହୋଇ ଯେଉଁ କାର୍ଯ୍ୟ କରନ୍ତି ଭାଷା ନାହିଁ ଆପଣମାନଙ୍କ ସେବାକୁ ସୀମିତ ପଦରେ ପ୍ରଶଂସା ପରସିବା ପାଇଁ । ସହରର ସୌନ୍ଦର୍ଯ୍ୟ କରଣ ସହିତ ପୂଜ୍ୟପୂଜା ପରମ୍ପରା କ୍ଷେତ୍ରରେ ପ୍ରତିମୂର୍ତ୍ତି ଗୁଡିକର ସୁରକ୍ଷା ସ୍ୱଚ୍ଛତା ସେଠାକାର ପରିବେଶ ନିର୍ମଳ ପାଇଁ ଆପଣମାନଙ୍କ ପ୍ରୟାସ ନିଶ୍ଚିତ ଭାବେ ଅଭିନନ୍ଦନୀୟ । ଆଜି ଆପଣମାନଙ୍କ ପାଇଁ ବ୍ରହ୍ମପୁର ରେଶମ ସହର କେବଳ ଗର୍ବ ଅନୁଭବ କରୁନାହିଁ ବରଂ ସହରର ବିଭିନ୍ନ ଅନୁଷ୍ଠାନର ପରିବାର ପାଇଁ ମଧ୍ୟ ଗର୍ବ ଅନୁଭବ କରେ । ଆପଣ ମାନଙ୍କ ସେବା ସମର୍ପଣ ଭାବକୁ ସ୍ୱୀକୃତି ଜଣାଇ ଅନେକ ଅନୁଷ୍ଠାନ ଦ୍ୱାରା ଆପଣ ମାନେ ସମ୍ମାନିତ ସଂଗଠନ ସମ୍ବର୍ଦ୍ଧିତ । ଆଜି ଆମେ ଏହି ସାଂସ୍କୃତିକ ଉତ୍ସବରେ ଆପଣ ମାନଙ୍କ ପ୍ରତି ସମ୍ମାନର ସନନ୍ଦ ପତ୍ର ଭେଟି ଦେଇ ଆଜି ଧନ୍ୟମନେ କରୁ । ଆପଣମାନଙ୍କ ଅଖଣ୍ଡ ଅତୁଟ ବନ୍ଧନ ସଂପର୍କର ଭାଷା ବିଚାର ଓ ଏକ ନିଷ୍ଠ ପ୍ରତିଜ୍ଞା ସାରା ରାଜ୍ୟ ତଥା ଦେଶ ପାଇଁ ପ୍ରଭାବଶାଳୀ ସନ୍ଦେଶ ଦେଉ ଏବଂ ଆପଣ ମାନଙ୍କ ସମାଜ ପ୍ରତି ସେବା ସମର୍ପଣ ଭାବର ପ୍ରତିବଦ୍ଧତା ସୁସ୍ଥ ସମାଜ ଗଠନରେ ସହାୟ ହେଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ନିର୍ଦେଶକ ତଥା ଅନ୍ତର୍ଜାତୀୟ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ଓ ଗଞ୍ଜାମ ଜିଲ୍ଲା ହୋଟେଲ ମାଲିକ ସଂଘର ସଭାପତି ଉମା ପାଣିଗ୍ରାହୀ ଓ ଅନ୍ୟ ସମ୍ମାନିତ ଅତିଥିଙ୍କ ଦ୍ୱାରା ଟିମର ସଦସ୍ୟଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା