କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଲା ବିଜେପି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବିଜେପି ଗତକାଲି ଭାରତୀୟ ଜନତା ପାଟି କେନ୍ଦ୍ରୀୟ ନେତୃବୃନ୍ଦ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ନୂତନ ପ୍ରଭାରୀ ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ଛାତ୍ର ରାଜନିତୀରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ପ୍ରଧାନ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ପ୍ରଭାରୀ ଦାୟିତ୍ବ ପାଇଁ ନିଜ ରାଜନୈତିକ ଦକ୍ଷତା ପ୍ରତିପାଦିତ କରିଛନ୍ତି । ସେ ବିହାର ନିର୍ବାଚନ ହେଉ ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ହେଉ କିମ୍ବା କଟକ ବିଧାନସଭା ନିର୍ବାଚନ ହେଉ ଦଳ ତାଙ୍କ ଉପରେ କରିଥିବା ଭରଷାକୁ ସେ ବଜାୟ ରଖିବାରେ ସକ୍ଷମ ହେଇଛନ୍ତି । ଏଥିପାଇଁ ଉତ୍ତରପ୍ରଦେଶ ଭଳି ରାଜ୍ୟ ଯେଉଁ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ପ୍ରତିନିଧିତ୍ବ କରୁଛନ୍ତି ସେହିଭଳି ରାଜ୍ୟର ପ୍ରଭାରୀ ଦାୟିତ୍ବ ପାଇବା ପରେ କେନ୍ଦ୍ରୀୟ ରାଜନିତୀରେ ଶ୍ରୀ ପ୍ରଧାନଙ୍କ ପତିଆରା ବୃଦ୍ଧି ଘଟିଛି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବ ମିଳିଥିବା ବେଳେ ଦଳର ୭ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ସହ – ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ଉତ୍ତରପ୍ରଦେଶର ଭୂମିକା ଭାରତ ରାଜନୀତିରେ ବହୁ ଗରୁତ୍ବ ବହନ କରେ । ପୁର୍ବରୁ ଯଥାକ୍ରମେ ୨୦୧୪ ସାଧାରଣ ନିର୍ବାଚନ ଏବଂ ୨୦୧୭ ବିଧାନସଭା ନିର୍ବାଚନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଏହି ଦାୟିତ୍ବରେ ରହିଥିଲେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଦୀର୍ଘ ୭ ବର୍ଷ ସମୟ ରହିବ ଏବଂ ଉଜ୍ଜ୍ଵଳାକୁ ସଫଳ ରୂପେ ରୁପାୟନ କରିବା ତାଙ୍କୁ ଭାରତ ବର୍ଷରେ ଚର୍ଚ୍ଚିତ କରିଥିଲା । ଧର୍ମନ୍ଦ୍ର ପ୍ରଧାନଙ୍କର କାର୍ଯ୍ୟକୁଶଳତା ପାରଦର୍ଶିତା ଏବଂ ସାଙ୍ଗଠନିକ ଦକ୍ଷତା ଭାରତୀୟ ରାଜନୀତିରେ ଏକ ନୂତନ ପରିଚୟ ଦେଇଛି । ଆଜି ଜଣେ ଓଡ଼ିଆ ହିସାବରେ ଓଡିଶା ପାଇଁ ମଧ୍ୟ କେନ୍ଦ୍ରରେ ନିଜର କ୍ଷମତାକୁ ବ୍ୟବହାର କରି ବିକାଶ କାର୍ଯ୍ୟରେ ଅନବରତ ଲାଗିଛନ୍ତି । ତାଙ୍କୁ ଏହି ନୂତନ ଦାୟୀତ୍ବ ମିଳିଥିବା ଯୋଗୁଁ ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାଟି ୩୦୦ରୁ ଉର୍ଦ୍ଧ୍ଵ ସିଟ୍ ରେ ବିଜୟ ଲାଭ କରିବା ସହ ପୁର୍ନବାର ସରକାର ଗଠନ କରିବ ବୋଲି ଦଳ ଆଶା ପୋଷଣ କରିବା ସହିତ ଶ୍ରୀ ପ୍ରଧାନଙ୍କୁ ନୂତନ ଦାୟିତ୍ବ ମିଳିବା ନେଇ ଏଠାରେ ଭାରତୀୟ ଜନତା ପାଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ନେତା କାହ୍ମ ଚରଣ ପତି, ସରୋଜ ସାବଦ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା