କେଦାରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହଯୋଗ ତାଲିମ ଶିବିର…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକର କେଦାରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସହଯୋଗ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକର ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ବିଶ୍ରବା ପାଇକ, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସ୍ଵୟଂପ୍ରଭା ପଟ୍ଟନାୟକ, ବିଦ୍ୟାଳୟ ସଭାପତି କୂରେସୁ ରଣା, କେଦାରପୁର ଗ୍ରାମର ୩ ଜଣ ୱାର୍ଡ ମେମ୍ବର ଅର୍ଜୁନ ରଣା, କେ.ଜୟନ୍ତୀ ଦୋରା, ଶିବରାମ ନାହକ ଯୋଗ ଦେଇଥିଲେ । ଏହି ସହଯୋଗର କାର୍ଯ୍ୟକ୍ରମରେ ୩ ଦିନ ଅର୍ଥାତ ୭ ଏପ୍ରିଲ ଠାରୁ ୯ ଏପ୍ରିଲ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ସମ୍ବଳ ଶିକ୍ଷକ(ଆରପି) ଭାବେ, ଏଲ.କୃଷ୍ଣ ମୂର୍ତ୍ତି ଦୋରା, ପ୍ରଭାକର ଘଢେଇ, ଶୁଭଶ୍ରୀ ସାହୁ, ରାମଚନ୍ଦ୍ର ସେଠି ଅଂଶ ଗ୍ରହଣ କରୁଛନ୍ତି । ସଭାପତି ଓ ମୁଖ୍ୟ ଅତିଥି ସମସ୍ତ ଏସଏମସି ସଭ୍ୟ ମାନଙ୍କୁ ବିଦ୍ୟାଳୟକୁ ପିଟିଏ, ଏସଏମସି ସଭ୍ୟ ଏବଂ ଶିକ୍ଷକମାନେ ତା’ସହିତ ଛାତ୍ରଛାତ୍ରୀମାନେ ସହଯୋଗ କଲେ ବିଦ୍ୟାଳୟର ଶିକ୍ଷାଦାନର ଉନ୍ନତି ସହ ବିଦ୍ୟାଳୟର ପାରିପାର୍ଶ୍ଵିକ ଉନ୍ନତି ହୋଇପାରିବ ବୋଲି କହିବା ସହ ଏସଏମସି ମାନଙ୍କ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ । ଏଥିରେ ଏସଏମସି ଓ ଶିକ୍ଷକ ୨୦ ଜଣ ଅଂଶ ଗ୍ରହଣ କରିଥିଲେ ।