କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ପାରଳାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରାଥୀ ଭି.ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ପାଇଁ ପାରଳାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଗଜପତି ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରାଯିବ ବୋଲି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ପ୍ରାଥୀ ଭି.ଚନ୍ଦ୍ରଶେଖର ନାଇଡୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳ ସ୍ତରୀୟ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସମେତ ଗୁମ୍ମା, କାଶୀନଗର ଓ ଗୋଷାଣୀ ବ୍ଲକର ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ଆସନ୍ତା ମୁନିସିପାଲଟି ଓ ପଞ୍ଚାୟତ ନିବାଚନରେ ଦଳକୁ କିଭଳି ଅଧିକ ସଫଳତା ମିଳିବ ସେ ନେଇ ବିସ୍ତୃତ ଆଲୋଚନା କରାଯିବା ସହ ଅନେକ ପ୍ରସ୍ତାବ ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ନାଇଡୁ ନିୟମିତ ବ୍ୟବଧାନରେ ଜିଲ୍ଲାରେ କାର୍ଯ୍ୟକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ରହିଥିବା ଗତ ବିଗତ ଦିନ ମାନଙ୍କର ପୁରୁଣା ମନୋମାଳିନ୍ୟ ସବୁକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇ ନୂତନ ଭାବେ ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ବଢାଇ ନେବାକୁ ଉପସ୍ଥିତ କର୍ମୀ ଓ ନେତାମାନଙ୍କୁ ଶ୍ରୀ ନାଇଡୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନର ବିଭିନ୍ନ ସ୍ତରର ନିର୍ବାଚନରେ ସମ୍ପୂର୍ଣ୍ଣ ସଫଳତା ହାସଲ ପାଇଁ କଂଗ୍ରେସ ଦଳକୁ ପ୍ରତ୍ୟେକ ବ୍ଲକ, ପଞ୍ଚାୟତ, ଗାଁ ଓ ବୁଥ ସ୍ତରରୁ ପ୍ରସ୍ତୁତ କରିବା ପ୍ରୟାସ ଆରମ୍ଭ ହୋଇଯାଇଛି । ଏଥିରେ ସମସ୍ତ ସ୍ଥାନୀୟ କର୍ମୀମାନଙ୍କୁ ଏକତା ମାଧ୍ୟମରେ ଜଡିତ କରାଯାଇ କଂଗ୍ରେସ ଦଳର ନୀତି ଓ ଆଦର୍ଶ ସହ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସବୁ ଉପରେ କର୍ମୀମାନଙ୍କୁ ସଚେତନ କରାଯିବ । ଏଭଳି ପ୍ରତ୍ୟେକ ମାସରେ ଗୋଟିଏ/ଦୁଇଟି ଅଂଚଳ ଚିହ୍ନଟ କରାଯାଇ ସେଠାରେ ସ୍ଥାନୀୟ କର୍ମୀମାନଙ୍କୁ ନେଇ ବନ୍ଧୁ ମିଲନ କାର୍ଯ୍ୟକ୍ରମ କରାଯିବ । ଏଭଳି କାର୍ଯ୍ୟକ୍ରମ ନିୟମିତ ଭାବେ କରାଯିବା ଦ୍ୱାରା  ଆଗାମୀ ଦିନରେ ଯେ କୋଣସି ନିର୍ବାଚନ ପ୍ରତିଦ୍ବନ୍ଦିତା କରିବା ସମୟରେ ଦଳକୁ ଅଧିକ ଫାଇଦା ମିଳିବାରେ ବେଶ ସହାୟକ ହେବ । ଗତ ଓ ବିଗତ ଦିନରେ ଦଳ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଥିଲା । ଏହାର ପ୍ରଭାବ’ରେ ବହୁ ଆଗ ଧାଡିର କର୍ମୀ ଓ ନେତାମାନେ ଦଳ ଛାଡି ଅନ୍ୟଦଲକୁ ଚାଲି ଯାଇଛନ୍ତି । କିନ୍ତୁ ଏ ଦିଗରେ ଏକ ନେଚୁରାଲ ଟେଣ୍ଡେନ୍ସି ରହିଛି ଯେ, ବେଳା ଖରାପ ପଡିଲେ, ସମସ୍ତେ ସଙ୍ଗଛାଡି ଚାଲି ଯାଆନ୍ତି । ଏହା କଂଗ୍ରେସ ଦଳର ହେଉଛି  ଏବଂ ଅନ୍ୟ ଦଳ’ରେ ମଧ୍ୟ ରହିଛି । ପାରଳାଖେମୁଣ୍ଡି ଭଳି ଆସନ୍ତାକାଲି ତାରିଖ’ (୨୫/୧୧/୨୦୨୦)ଦିନ ମୋହନାରେ ମଧ୍ୟ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଗାମୀ ଦିନରେ ବ୍ଲକ ଓ ଗ୍ରାମପଂଚାୟତ ସ୍ତରରେ ସମାନ ଭାବେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଗଜପତି ଜିଲ୍ଲାରେ କଂଗ୍ରେସ ସ୍ଥିତି ସୁଦୃଢ଼ ରହିଛି । ସେହି ସୁଦୃଢ ସ୍ଥିତିକୁ ଆମେ ସୁରକ୍ଷିତ ରଖିବାକୁ ହେବ । ଏହା ସୁରକ୍ଷିତ ରହିଲେ ଆଗକୁ ଏହାର ଗୋଟିଏ ଲେହେର ସୃଷ୍ଟି ହେବ, ଏହାକୁ ଆଧାର କରି ଆମେ ଆମର ସାଂଗଠନିକ ସ୍ଥିତିକୁ ଆଗକୁ ବଢାଇବାରେ ଅତ୍ୟନ୍ତ ସହଜ ହେବ ବୋଲି କହିଥିଲେ । ପାରଳାଖେମୁଣ୍ଡି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ଶିବରାମ ପାତ୍ର, ଇଶ୍ବର ମାଝୀ, ବେର୍ଣ୍ଣିକ ଗମାଂଗ, ଗୋବିନ୍ଦ ପାଢୀ, ବିଷ୍ନୁ ପାଢୀ, ସଂଜୟ ଅଧିକାରୀ, ପ୍ରବୀଣ ଲିମା, ଲଳିତା ଶବର, ଲଳିତ ମୋହନ ଦଣ୍ଡସେନା, ମନୋଜ ସାହୁ, ରାମପ୍ରସାଦ ପଟ୍ଟନାୟକ, ବି.ବାଲାରାଜୁ, ଟି.ନାଗେଶ୍ବର, ମଣ୍ଟୁ, ପତିତ ଗନ୍ତାୟତ, ତତସତ୍ ସୁବୁଦ୍ଦି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା