ଓଡ଼ିଶାର କାଶ୍ମୀରରେ କଂଗ୍ରେସର ମିଶ୍ରଣ ପର୍ବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ କଂଗ୍ରେସ ଆଜି ତାର ଅସଲ ଖେଳ ଦେଖାଇଛି । ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ରୂପେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଯୋଗ ଦେଇଥିଲେ । ଏହା ସହ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ଏଆଇସିସି ସଦସ୍ୟ ଘନ କୁମାର ଶବର, ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଦୀପ ନାୟକ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ରୁଦ୍ରା ମଳିକ, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ବିଧାୟକ ପ୍ରାର୍ଥୀ ଶ୍ୟାମ ଘନ୍ ପ୍ରଧାନ, ଯୁବ ନେତ୍ରୀ ଶିମଲା ରାଣୀ ଓ ଏଥି ସହିତ ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, ସୋରଡ଼ା ବ୍ଲକ ସଭାପତି ହାରିକୃଷ୍ଣ ରଥ, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ବନଜା ପଣ୍ଡା, ଚିନ୍ମୟ ହୋତା ଆଦି କଂଗ୍ରେସ ନେତା ଯୋଗ ଦେଇଥିଲେ । କଂଗ୍ରେସର ଗଡ କୁହାଯାଉଥିବା ଦାରିଙ୍ଗବାଡିରେ ବିଜେଡ଼ିର ଦବ୍ ଦବା ଥିବାବେଳେ ମିଶ୍ରଣ ପର୍ବ ଦ୍ଵାରା କଂଗ୍ରେସ ତାର ଖେଳ ଦେଖାଇଛି । ଏହି ମିଶ୍ରଣ ପର୍ବରେ ଶତାଧିକ ବିଜେଡି ଓ ବିଜେପି କର୍ମୀ ଦଳ ଛାଡ଼ି କଂଗ୍ରେସରେ ଯୋଗଦାନ ଦେଇଥିଲେ । ରମେଶ ଚନ୍ଦ୍ର ଜେନାଙ୍କୁ ନିଜ ଆଦର୍ଶ ରୂପେ ମାନି ତାଙ୍କ ଭଳି ଗରିବ ନିରୀହ ତଥା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ କଂଗ୍ରେସକୁ ମଜଭୁତ କରିବା ଏହି ମିଶ୍ରଣ ପର୍ବର ମୁଖ୍ୟ ଆଭିମୁଖ୍ୟ ଥିଲା ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ