ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବେଲଦା ୯ଷ୍ଟାର ବିଜୟୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଙ୍ଗାଙ୍ଗି ଭାବେ ଯୋଡି ହୋଇଥିବାରୁ ଏହାର ଭାଇଚାରା, ବନ୍ଧୁତ୍ୱ ଏପରିକି ବୈବାହିକ ସମ୍ପର୍କ ଲାଗି ରହିଥାଏ । ପ୍ରତିବର୍ଷ ଉପାନ୍ତ ଅଂଚଳଗୁଡିକରେ ଆନ୍ତରାଜ୍ୟ ଖେଳ ଅନୁଷ୍ଠିତ ହୁଏ । ଏବେ ଜଳେଶ୍ୱର ପୌରପରିଷଦର ଶାନ୍ତିଆଠାରେ ଚଣ୍ଡିମାତା କ୍ଲବ ପକ୍ଷରୁ ଦିବାରାତ୍ର ସର୍ଟବାଉଣ୍ଡାରୀ ସୀମିତ ଓଭର ଖେଳ ଅନୁଷ୍ଠିତ ହୋଇ ଯାଇଛି । ଦିନିକିଆ ଏହି ଖେଳକୁ ସମାଜସେବୀ ପ୍ରବୀର ପ୍ରଧାନ ଉଦ୍‌ଘାଟନ କରିଥିବା ବେଳେ ଗ୍ରାମ୍ୟକମିଟି ସଭାପତି ସିତାଂଶୁ ସେନାପତି ସଭାପତିତ୍ୱ କରିଥିଲେ । ଉଦ୍‌ଯାପିତ ଉତ୍ସବରେ ପାଲ ଇଭି ମୋଟର୍ସର ମ୍ୟାନେଜର ସନ୍ତୋଷ କୁମାର ପରିଡାଙ୍କ ସଭାପତିତ୍ୱରେ ରାଜଇଲେକ୍ଟ୍ରୋନିକସ୍‌ର ମାଲିକ ଗିରିଜା ଶଂକର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳରୁ ମେଳି ଓ ବନ୍ଧୁତ୍ୱ ସୃଷ୍ଟି ହୁଏ । ଦୁଇ ରାଜ୍ୟର ଐତିହ୍ୟ, ପରମ୍ପରା, ସଂସ୍କୃତି ଉପାନ୍ତ ଅଂଚଳରେ ସମାନ ରହିଥିବାରୁ ବିଭିନ୍ନ ଆନ୍ତରାଜ୍ୟ ଖେଳ ଓ ପ୍ରଦର୍ଶନୀ ହୋଇ ଆସୁଛି ବୋଲି କହିଥିଲେ । ଏହି ଖେଳରେ ପଶ୍ଚିମବଂଗର ଦାନ୍ତୁନ ଷ୍ଟାର, ବେଲଦା ୯ଷ୍ଟାର, ଶକଂରପୁର କିଂ ଓ ଓଡିଶାର ତେଘରୀ ଟିମ୍‌, ଷ୍ଟେସନବଜାର ୯ଷ୍ଟାର, ନଛିମପୁର ନିଳେଶ୍ୱର କ୍ରିକେଟଟିମ୍‌, ଅଗ୍ରୱାଲା ଟିମ୍ ଓ ରାଜପୁର କ୍ରିକେଟ ଟିମ୍ ଏଥିରେ ଅଂଶ ଗ୍ରହଣ କରିଥିଲେ । ବିଳମ୍ବିତ ରାତିରେ ବେଲଦା ୯ଷ୍ଟାର ଓ ତେଘରୀ ରାଜନନ୍ଦିନୀ କ୍ରିକେଟ ଟମ୍ ମଧ୍ୟରେ ସଂଘର୍ସପୂର୍ଣ୍ଣ ଖେଳ ବେଳେ ଉପାନ୍ତ ଅଂଚଳର ବହୁ ବ୍ୟକ୍ତି ଉପଭୋଗ କରିଥିଲେ । ବେଲଦା ୯ଷ୍ଟାର ଚମ୍ପିଆନ୍ ହୋଇ ନଗଦ ୪୪୪୪ ଟଙ୍କା ଓ ଟ୍ରଫି ଓ ତେଘରୀ ରାଜନନ୍ଦିନୀ ଟିମ୍ ରନର୍ସ ହୋଇ ନଗଦ ୩୩୩୩ ଟଙ୍କା ଓ ଟ୍ରଫି ହାସଲ କରିଥିଲେ । ଏହି ଖେଳକୁ କ୍ଲବର ସଭାପତି ଲକ୍ଷ୍ମୀଧର ବାଗ, ଅମୂଲ୍ୟ ଅଣ୍ଡିଆ, ସଂପାଦକ ରାଜେଶ୍ୱର ଅଣ୍ଡିଆ, ପ୍ରକାଶଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ କାଳିପୂଜା କମିଟି ସଦସ୍ୟମାନେ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା