ଆଜିଠୁ ଖୋଲିଲା ଛତ୍ରପୁର ବ୍ଲକର ବିଭିନ୍ନ ହାଇସ୍କୁଲ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍ କଟକଣା ଯୋଗୁଁ ବନ୍ଦ ଥିବା ସମସ୍ତ ସ୍କୁଲ ଆଜିଠାରୁ ଖୋଲିଛି । ଆଜି ଠାରୁ ଖୋଲା ଯାଇଥିବା ଏହି ସ୍କୁଲ ଗୁଡିକରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ୧୦ଟାରୁ ଦିନ ସାଢେ ୧ଟା ଯାଏଁ ଚାଲିଲା କ୍ଲାସ୍ । ବହୁଦିନ ପରେ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ପ୍ରବେଶ କରିଥିବାରୁ ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ସମସ୍ତ ବିଦ୍ୟାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ସହ ସ୍କୁଲ ଚଟାଣରେ ସାମାଜିକ ଦୂରତାକୁ ନେଇ ବୃତ୍ତ ଚିତ୍ର ଆଙ୍କିବା ସହ ରଙ୍ଗୋଲି ପକାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜେ ଉପସ୍ଥିତ ରହି ଭିନ୍ନ ଢଙ୍ଗରେ ସ୍ୱାଗତ କରିଥିଲେ । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଡିପିସି ବିନିତା ସେନାପତି ଓ ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ । ପରେ ବିଧାୟକ ଶ୍ରୀ ବେହେରା ବିଦ୍ୟାଳୟରେ ୫-ଟି ଅନ୍ତର୍ଗତ ରୁପାନ୍ତିକରଣର ଚାଲିଥିବା ବିଭିନ୍ନ କାର୍ଯ୍ୟଗୁଡିକ ବୁଲି ଅନୁଧ୍ୟାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ମିଶ୍ର, ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବି. କ୍ରିଷ୍ଣା, ସଭ୍ୟ ପ୍ରଫୁଲ୍ଲ କୁମାର ବେହେରା, ଏମ୍‌.ଏ.ରେହେମାନ, ସୁବାସ ଚନ୍ଦ୍ର ସେଠୀ, ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଆଜି ଏହି ବିଦ୍ୟାଳୟକୁ ୭୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ନିମନ୍ତେ ଆସିଥିବା ଦେଖିବାକୁ ମିଳିଥିଲା । ସେହିପରି ସ୍ଥାନୀୟ ପୁଲିସ ହାଇସ୍କୁଲରେ କୋଭିଡ କଟକଣା ମଧ୍ୟରେ ପ୍ରଧାନ ଶିକ୍ଷକ ଭାଗିରଥୀ ସ୍ୱାଇଁଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲର ମୋଟ ୨୪ ପିଲାଙ୍କ ମଧ୍ୟରୁ ଆଜି ୫ ଜଣ ଛାତ୍ର ପାଠ ପଢିବା ନିମନ୍ତେ ସ୍ୱୀକୃତିପତ୍ର ଧରି ସ୍କୁଲକୁ ଆସିଥିଲେ ବୋଲି ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା