ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବହୁ ମଦ ଜବତ ସହ ୪ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅବକାରୀ ଅଧକ୍ଷ ରାଜେନ୍ଦ୍ର ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧ୍ୟା ସମୟରେ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ତସା କଣମଣା ଏ ତଟାପୁଲି ତଥା ଚମା ଖଣ୍ଡି ଅଞ୍ଚଳରେ ଚଢାଉ କରି ୧୧୦ ଲିଟର ହାତ ରନ୍ଧା ମହୁଲି ମଦ ୧୪ ଲିଟର ଭାଟି ମହୁଲି ମଦ ଓ ୧୯ ଲିଟର ବିଅର ୭.୫୫୦ ଲିଟର ବିଦେଶୀ ମଦ ଜବତ କରିବା ସହ ଏହି ସନକାତରେ ଚାରି ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ବ୍ୟକ୍ତି ହେଲେ ଭଗବାନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଏହି ଚଢାଉରେ ଇନ୍ସପେକ୍ଟର ପ୍ରିତିଧର ନାୟକ, ଏଆଇସି ଛତ୍ରପୁର ସଦର ମୋହନ ପ୍ରଧାନଙ୍କ ସହିତ ସମସ୍ତ ଅବକାରୀ ବିଭାଗ ଷ୍ଟାଫ୍ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା