ସୋରଡ଼ାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ…

ସୋରଡ଼ା (ସମୃଦ୍ଧ ଓଡିଶା) ଆଜି ସୋରଡା ଠାରେ ବିଜୁ ଜନତା ଦଳ ତରଫରୁ ୨୫ତମ ଦଳୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅଵସରରେ ବହୁ ସଂଖ୍ୟାରେ ବିଜେଡି  କର୍ମୀ, ଶୁଭେଚ୍ଛୁ, ଲୋକ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ । ଏହି ଅବସରରେ ସାରୁଆ ସାହିସ୍ଥିତ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କ ଫଟୋରେ ପୁଷ୍ପାଞ୍ଜଳି ଦେଇଥିଲେ ଓ ପରେ ଗଣିଛକ ସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅଫିସ ଲାଇନର ସରକାରୀ ମେଡ଼ିକାଲରେ ରୋଗୀ ମାନଙ୍କୁ ସୁସ୍ୱାଦୁ ଫଳ ବଣ୍ଟନ ସହ ଆରୋଗ୍ୟ କାମନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସୋରଡ଼ା ନଗରପାଳିକାର ପୂର୍ବତନ ଅଧ୍ୟକ୍ଷା ସଂଘମିତ୍ରା ସ୍ୱାଇଁ, ଗଂଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ଗଣେଶ ସାହୁ, ବ୍ଲକ ଯୁବ ବିଜେଡି  ସଭାପତି ସମରେନ୍ଦ୍ର କୁମାର ସାହୁ, ବିଜୁ ଛାତ୍ର ସଭାପତି ପିଙ୍କୁ ପ୍ରଧାନ, ବିକାଶ ସ୍ୱାଇଁ, ନଗର ବିଜେଡି  ସଭାପତି ସଂଜୀବ କୁମାର ଅଧିକାରୀ, ବ୍ଲକ ବିଜେଡି ସଭାପତି ବସନ୍ତ କୁମାର ସ୍ୱାଇଁ, ନଗର ଯୁବ ବିଜେଡି ସଭାପତି ଶକ୍ତି ରଞ୍ଜନ ସୁଆର ଆତ୍ମା ଚେଇରମେନ ପ୍ରଫୁଲ୍ଲ ମହାଙ୍କୁଡ, ନୀଳ ସେନାପତି, ପ୍ରମୋଦ କୁମାର ପଟ୍ଟନାୟକ, ରଜନୀ କାନ୍ତ ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପଣ୍ଡା, ବୁଦ୍ଧିରାମ ବେହେରା, ପ୍ରଶ୍ନ ମୁନି, ଜଗନ୍ନାଥ ଗୌଡ଼, ତାରିଣୀ ମହାରଣା ଓ ବ୍ଳକ ଅଧ୍ୟକ୍ଷ ସାଈବାଣୀ ମଳିକଙ୍କ ସହ ଅନେକ ସରପଞ୍ଚ, ଜିଲ୍ଲା ପରିଷଦ ମେମ୍ଵର ଉପସ୍ଥିତ ରହିଥିଲେ । ଆଜିର ଦିନରେ ଦଳର ଆଭିମୁଖ୍ୟ, ନିଷ୍ଠାପରତା ସହ ଦୂର୍ନୀତୀ ମୁକ୍ତ ସୁଶାସନ ପାଇଁ ଏହି ମହାନ ରାଷ୍ଟ୍ର ନାୟକଙ୍କ ଅବଦାନ ଯୋଗୁଁ ଦଳ ଆଜି ଘରେ ଘରେ ଆଦୃତ ନେଇ ଉପସ୍ଥିତ ପଦାଧିକାରୀମାନେ ନିଜର ଶ୍ମୃତିଚାରଣ କରିଛନ୍ତି ଏବଂ ଆଗକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରବାଦ ପୁରୁଷଙ୍କ ନୀତି ଆଦର୍ଶକୁ ମାନି ଚାଳିବା ଦ୍ଵାରା ସୂଶାସନର ପନ୍ଥା ସହ ବାର୍ତ୍ତା ପହଞ୍ଚାଇଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ