ଠିକା ଓ ଆଉଟସୋର୍ସିଙ୍ଗ ଚାକିରୀ ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଠିକା ଓ ଆଉଟସୋର୍ସିଙ୍ଗ ଚାକିରୀ ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି । ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ ଜଣାଇବା ସହିତ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗତକାଲି କର୍ମଚାରୀମାନେ ଟୁଇଟର ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ 5ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ସେମାନେ ନିଜ ନିଜ ଅଫିସ ସାମ୍ନାରେ ପ୍ଲାକାର୍ଡ ଧରି ନିରବ ପ୍ରତିବାଦ ଜଣାଇଛନ୍ତି । ବିଶ୍ୱ ମହାମାରୀ କରୋନାକୁ ଓଡ଼ିଶାରେ ସଫଳ ଭାବେ ନିୟନ୍ତ୍ରଣ କରିବାରେ ମୁଖ୍ୟ ବିନ୍ଧାଣି ସାଜିଥିବା ହଜାର ହଜାର ଉଚ୍ଚଶିକ୍ଷିତ ଯୁବ କର୍ମଚାରୀ (ପୋଲିସ୍, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ)ମାନେ ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ ଦିନରାତି ପରିଶ୍ରମ କରି ଆଜି ବିଶ୍ୱ ସ୍ତରରେ ଓଡିଶାକୁ ପ୍ରଶଂସିତ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ମେଡିକାଲ ଆସୋସିଏସନ ରାଜ୍ୟର କର୍ମଚାରୀମାନଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି । ରାଜ୍ୟର ବହୁ ସାମାଜିକ ଅନୁଷ୍ଠାନ ମଧ୍ୟ୍ୟ କୋରନା ଯୋଧ୍ୟା ମାନଙ୍କୁ ସମ୍ମାନିତ କରୁଛନ୍ତି । ହେଲେ ରାଜ୍ୟ ସରକାର ନା ରାଜ୍ୟବାସୀ କୋରନା ଯୋଦ୍ଧାଙ୍କ ପେଟ କଥା ବୁଝିପାରୁଛନ୍ତି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନେ ନା ଗୁଜୁରାଟକୁ ଦାଦନ ଖଟିବାକୁ ଯାଇ ପାରୁଛନ୍ତି ନା ଓଡ଼ିଶାରେ ରହି ନିଜ ପେଟ ପୋଷି ପାରୁଛନ୍ତି । ଓଡିଶାକୁ ଭଲପାଇ ମହାମାରୀରେ ଲୋକଙ୍କ ନିରବଚ୍ଛିନ୍ନ ସେବା କରି ଚାଲିଛନ୍ତି । କାମ ବନ୍ଦ ନ କରି ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ଓଡିଶା ସରକାରଙ୍କୁ ନିଜର ହକ୍ ମାଗୁଛନ୍ତି । ଆନ୍ଦୋଳନକୁ ବହୁ ସଂଗଠନର ସମର୍ଥନ ମିଳୁଛି । ଯୁବ ସାମ୍ବାଦିକ କିଶନ ବାରାଇ ରାଜ୍ୟ ଡିଜିଟାଲ ଆନ୍ଦୋଳନକୁ ସମର୍ଥନ କରି ଫେସବୁକ ଲାଇଭ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ତୁରନ୍ତ ସରକାର କୋରନା ଯୋଦ୍ଧା ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ଅମାନବୀୟ ନିଷ୍ପତ୍ତି ସରକାର ପ୍ରତିହାର କରି ସପ୍ତମ ବେତନ ଅନୁଯାୟୀ ଦରମା ପ୍ରଦାନ ସହ ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ମହାସଂଘ ଦାବି କରିଛନ୍ତି । ତୁରନ୍ତ ଚୁକ୍ତିଭିତ୍ତିକ ଚାକିରୀ ଓ ଆଉଟସୋର୍ସିଙ୍ଗ ବନ୍ଦ କରିବା ପାଇଁ ଦାବି ଜୋରଦାର କରିଛନ୍ତି । ସରକାର ସେମାନଙ୍କ କଥା ନ ବୁଝିଲେ ବାଧ୍ୟ ହୋଇ କର୍ମଚାରୀମାନେ କର ଅବା ମର ନୀତି ଅପଣେଇବ ବୋଲି ଚେତାବନୀ ଦେଇଥିବା ସଂଘ ସଭାପତି ବିଜୟ ମଲ୍ଲ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ