ଜୁଆ ଆଡ଼ା ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ : ୯ ଗିରଫ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇ ସାହି ବାଇପାସ ରୋଡ଼ ନିକଟରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି । ଏଥି ସହିତ ସେମାନଙ୍କ ଠାରୁ ନଗଦ ୬୬ ହଜାର ୫୧୦ ଟଙ୍କା, ୧୧ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ ଓ ଦୁଇ ସେଟ ତାସ୍ ଜବତ କରାଯାଇଛି । ଏ ନେଇ କେସ ନମ୍ବର ୫୩୦/୨୦ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ନିଲୁ ବିଷୋୟୀ