ଘୋଳପୁରରେ କ୍ରିକେଟ ମ୍ୟାଚ୍ ଉଦଘାଟନ…

ବୁଗୁଡା (ସମୃଦ୍ଧ ଓଡିଶା) ଘୋଳପୁରଠାରେ ଆଜି ରଘୁନାଥ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ପ୍ରଭାକର ପଣ୍ଡା ମ୍ୟାଚ୍ ଉଦଘାଟନ କରିଥିବା ବେଳେ ନିରଞ୍ଜନ ନାୟକ, ପୂର୍ଣ୍ଣ ଚନ୍ଦ୍ର ଖଟୁଆ ଓ ବିଦେଶୀ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୁବ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଉଦ୍ଘାଟନ ମ୍ୟାଚ୍ ରେ ଘୋଳପୁର ଟିମ୍ ୯୭ ରନ୍ ସଂଗ୍ରହ ବିନିମୟରେ କାନକୁଟୁରୁ ଟିମ୍ କୁ ପରାଜିତ କରିଥିବା ଜଣାପଡିଛି । ମ୍ୟାଚ୍ ପରିଚାଳନାରେ ରୟଲ, ସାନୁତ୍, କାହ୍ନୁ, ସୁନିଲ୍ ଓ ରାଘବ ପ୍ରମୁଖ ସହଯୋଗ କରିଥିଲେ ।