ଗୌରଗୋପାଳ ଦାସ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୌରଗୋପାଳ ଦାସ ଫୁଟଲ ଟୁଣ୍ଟମେଣ୍ଟର ଉଦ୍‌ଘାଟନୀ ଉତ୍ସବ ଆଜି ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର ସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ହେବାକୁ ଥିବା ଏହି ଖେଳକୁ ଜାୱାରା ଜାର୍ଫା ଆଦିବାସୀ କ୍ଲବ ଆୟୋଜନ କରିଥିବା ବେଳେ ଏଥିରେ ମୋଟ ୧୪ଟି ଦଳ ଭାଗ ନେବାର ସ୍ଥିର କରାଯାଇଛି । ପ୍ରଥମ ଦିନ ଖେଳରେ ବାଘମାରୀ ଏକାଦଶ ବାସୁଳିଆ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ପ୍ରବୀର କୁମାର ଦାସ ଉଦ୍‌ଘାଟନ କରିଥିବା ବେଳେ କାଳିଚରଣ ଦାସ, ସପନ କୁମାର ଦାସ, ଦେବବ୍ରତ ନନ୍ଦ, ଆଇନ୍‌ଜିବୀ ବିନୋଦ କୁମାର ଗିରି, ପୂର୍ବତନ ସରପଂଚ ମନୋରଂଜନ ଦଳାଇ, ଭଗୀରଥ ପାଳ ପ୍ରମୁଖ ପରିଚାଳନା କରିଥିଲେ । କ୍ଲବର ସଭାପତି ରଘୁନାଥ ହାଁସଦା, ନରେନ୍ଦ୍ର ଟୁଡୁ, ବୁଦ୍ଧେଶ୍ୱର ଟୁଡୁ, ଗେଡୁରାଜ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।