ହିଞ୍ଜିଳି ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ : ବହୁ ଛାତ୍ରଛାତ୍ରୀ ଜାଣି ନ ଥିବା ଅଭିଯୋଗ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳି ପୋଲିସ ପକ୍ଷରୁ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ୱାବଧାନରେ ସାଇବାର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ଓ ସମ୍ମାନୀତ ଅତିଥି ଭାବେ ଆସ୍କା ଉପଖଣ୍ଡ ଅଧିକାରୀ ଉମା ଶଙ୍କର ସିଂ , ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ଠକେଇ, ସାଇବର ଠକ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଇବର ସଚେତନତା ରଥକୁ ବହୁତ ଛାତ୍ରଛାତ୍ରୀ ଦେଖି ନ ଥିବା ବା କିଛି ସୂଚନା ପାଇ ନ ଥିବା ଅଭିଯୋଗ କରିଛନ୍ତି l ଏହି ଅଭିଯୋଗ କଲେଜର ପ୍ରିନ୍ସପାଲ୍ ଶ୍ରୀମତୀ ସ୍ବସ୍ତିକା ପାଢ଼ୀଙ୍କୁ ପଚାରିବାରୁ ସେ କହିଛନ୍ତି ଯଦି କିଛି ପିଲା ଜାଣି ନାହାନ୍ତି ତେବେ ଦୂତୀୟ ଥର ସଚେତନ ରଥ ଡାକି ସଚେତନ କରିଦେବା l ପୁଣି ସଚେତନତା ସଭା କରିବାକୁ ଦାବୀ ହୋଇଛି I

ରିପୋର୍ଟ୍ : ରଜତ ପଟ୍ଟନାୟକ

%d bloggers like this: