ସଚେତନ କରାଉଛନ୍ତି ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଶ୍ରୀ ବିପ୍ଳବ ପାତ୍ର
ମୋ ଘର ସମ୍ପର୍କିତ ବିଶେଷ ସୂଚନା
![](https://i0.wp.com/www.samrudhaodisha.com/wp-content/uploads/2023/08/WhatsApp-Image-2023-08-01-at-01.00.05.jpeg?resize=695%2C951&ssl=1)
ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର କଚା ଘରକୁ ପକା ଘରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ “ମୋ ଘର” ଯୋଜନା ଲାଗୁ କରିଛନ୍ତି । ଯେଉଁ ପରିବାର ମାନେ କୌଣସି କାରଣ ବଶତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେହି ସବୁ ପରିବାର ଏହି ଯୋଜନାରୁ ଲାଭ ଉଠାଇ ନିଜର ସ୍ୱପ୍ନର ପକା ଘର ନିର୍ମାଣ କରିପାରିବେ ।
କ) ଏହି ଯୋଜନାରେ କି କି ସୁବିଧା ମିଳିଥାଏ ?
1) ଏହି ଯୋଜନାରେ ଚାରି ପ୍ରକାରର ଋଣ (୧ ଲକ୍ଷ/୧.୫ ଲକ୍ଷ/୨ ଲକ୍ଷ/୩ ଲକ୍ଷ) ଟଙ୍କା ମାଧ୍ୟମରେ ନୂତନ ଗୃହର ନିର୍ମାଣ / ସମ୍ପ୍ରସାରଣ / ସମ୍ପୂର୍ଣ୍ଣକରଣ / ଉନ୍ନତିକରଣ କରାଯାଇଥାଏ|
2) ଋଣ ଅର୍ଥ ଉପରେ ରାଜ୍ୟ ସରକାରଙ୍କ ତରଫରୁ ସବସିଡ଼ିମିଳିଥାଏ|
3) ଏସ.ସି./ଏସ.ଟି/ଭିନ୍ନକ୍ଷମ ମୁଖ୍ୟ ପରିବାରଙ୍କ ନିମନ୍ତେ ଅତିରିକ୍ତ
ସବସିଡ଼ି ମିଳିଥାଏ|
4) ରେଜିଷ୍ଟ୍ରେସନ ଖର୍ଚ୍ଚ, ଷ୍ଟାମ୍ପ ଡ୍ୟୁଟି, ଆଇନ ପରାମର୍ଶ ଫି ଇତ୍ୟାଦି ଛାଡ଼ ହୋଇଥାଏ|
ଖ) ଏହି ଯୋଜନାରେ ସରକାରଙ୍କ ଠାରୁ କେତେ ଟଙ୍କା ସବସିଡ଼ି ମିଳିଥାଏ ?
1) 1,00,000 ଟଙ୍କା ଋଣ ଉପରେ ସାଧାରଣ ବର୍ଗ ପରିବାର ପ୍ରତି 30,000 ଏବଂ ଏସ.ସି./ଏସ.ଟି/ଭିନ୍ନକ୍ଷମ ମୁଖ୍ୟ ପରିବାର ପ୍ରତି 40,000
2) 1,50,000 ଟଙ୍କା ଋଣ ଉପରେ ସାଧାରଣ ବର୍ଗ ପରିବାର ପ୍ରତି 45,000 ଏବଂ ଏସ.ସି./ଏସ.ଟି/ଭିନ୍ନକ୍ଷମ ମୁଖ୍ୟ ପରିବାର ପ୍ରତି 55,000
3) 2,00,000 ଟଙ୍କା ଋଣ ଉପରେ ସାଧାରଣ ବର୍ଗ ପରିବାର ପ୍ରତି 60,000 ଏବଂ ଏସ.ସି./ଏସ.ଟି/ଭିନ୍ନକ୍ଷମ ମୁଖ୍ୟ ପରିବାର ପ୍ରତି 70,000
4) 3,00,000 ଟଙ୍କା ଋଣ ଉପରେ ସାଧାରଣ ବର୍ଗ ପରିବାର ପ୍ରତି 60,000 ଏବଂ ଏସ.ସି./ଏସ.ଟି/ଭିନ୍ନକ୍ଷମ ମୁଖ୍ୟ ପରିବାର ପ୍ରତି 70,000
ଗ) ଏହି ଯୋଜନାରେ ନିଜ ନାମ ଯୋଡ଼ିବାପାଇଁ କେଉଁଠି ଓ କିପରି ଆବେଦନ କରିବେ ?
1) ଆବେଦନକାରୀ R.H ପୋର୍ଟାଲ ମାଧ୍ୟମରେ ନିଜ ସ୍ମାର୍ଟ ଫୋନ ଅଥବା କମ୍ପୁଟର ମାଧ୍ୟମରେ ଆବେଦନ କରିପାରିବେ ।
2) ସ୍ମାର୍ଟ ଫୋନ ଓ କମ୍ପୁଟର ବ୍ୟବହାର ଜାଣିନଥିବା ବ୍ୟକ୍ତି ନିକଟସ୍ଥ ମୋ ସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ ।
ଘ) କେଉଁମାନେ ଏହି ସୁବିଧା ପାଇପାରିବେ?
1) କଚା ଘରେ ବା ଗୋଟିଏ ବଖରା ଛାତ ଘରେ ରହୁଥିବା ପରିବାର ।
2) ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବା ବା 70 ହଜାର ଟଙ୍କାରୁ କମ୍ ସହାୟତା ପାଇଥିବା ପରିବାର ।
3) ମାସିକ ୨୫ ହଜାର ଟଙ୍କା ରୁ କମ୍ ଆୟ କରୁଥିବା ପରିବାର ।
4) ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ମୋଟର ଗାଡି ରଖୁ ନଥିବା ପରିବାର ।
5) କୌଣସି ସରକାରୀ /ସରକାରୀ ଉଦ୍ୟୋଗରେ ନିୟମିତ କିମ୍ବା ପେନସନଭୋଗୀ କର୍ମଚାରୀ ନଥିବା ପରିବାର ।
6) 5 ଏକର ଜଳ ସେଚିତ କିମ୍ବା 15 ଏକର ଅଣ ଜଳସେଚିତ ଜମିରୁ କମ ଜମି ଥିବା ପରିବାର ।
ଉଁ ) କିପରି ଋଣ ଶୁଝିବେ ?
1) ପ୍ରଥମ ବର୍ଷ ଗଣ ଶୁଝିବାକୁ ପଡ଼ିବ ନାହିଁ ।
2) ପରବର୍ତ୍ତୀ ୧୦ ବର୍ଷରେ ସହଜ ମାସିକ କିସ୍ତି ଆକାରରେ ଋଣ ଶୁଝିବେ ।
ଚ ) ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା କେଉଁଠି ପାଇବେ ?
1) www.rhodisha.gov.in/moghara ସାଇଟରେ ଏହି ଯୋଜନା ସମ୍ବନ୍ଧୀୟ ସବୁ ତଥ୍ୟ ଉପଲବ୍ଧ ।
2) ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସମିତି କାର୍ଯ୍ୟାଳୟରେ ମଧ୍ୟ ଏସବୁ ତଥ୍ୟ ଉପଲବ୍ଧ |
ଛ ) ଆବଶ୍ୟକ କାଗଜପତ୍ର ?
1) ଘରବାରି ପଟା
2) ଭୋଟ ପରିଚୟ ପତ୍ର
3) ଆଧାର କାର୍ଡ
4) ଆବେଦନ କାରୀଙ୍କ ପାସପୋଟ ଫୋଟ
5) ବ୍ୟାଙ୍କ ଖାତା
6) ପରିବାରର ଆୟ ପ୍ରମାଣ ପତ୍ର
ଏହି ଯୋଜନାର ଫାଇଦା ନେବା ପାଇଁ ସବୁ ଯୋଗ୍ୟ ହିତାଧିକାରୀ ଧ୍ୟାନ ଦିଅନ୍ତୁ|
“ସଭିଙ୍କ ପାଇଁ ପକ୍କାଘର I କଥା ରଖିଲେ ସରକାର II “
ନିବେଦକ : ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ