ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା : ବିଜେଡିରେ ମିଶିବାର ୨ ମିନିଟରେ ମନ୍ମଥଙ୍କ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଟିକେଟ ଘୋଷିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ନିଜ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର,ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ ଓ ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେଡିରେ ଯୋଗ ଦେବା କ୍ଷଣି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷିତ । ସେ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଶଙ୍ଖ ଭବନକୁ ଆସି ମନ୍ମଥ ଶଙ୍ଖ ଧରିଲେ । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ମନ୍ମଥ । ଶଙ୍ଖ ଭବନରେ ଦଳରେ ସାମିଲ ହୋଇ ମନ୍ମଥ କହିଛନ୍ତି ଯେ ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ଏପରି କହିବା ବେଳେ କିଛି ସମୟ ପାଇଁ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ବାପା ସବୁବେଳେ ଆଗରେ ଯାଉଥିଲେ ମୁଁ ପଛରେ ଯାଉଥିଲି । କିନ୍ତୁ ପ୍ରଥମ ଥର ବାପାଙ୍କ ବିନା ଏକୁଟିଆ ଆସିଛି । ବାପାଙ୍କ ଆଶୀର୍ବାଦ ନେଇ ଆଜି ଏଠାକୁ ଆସିଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସ୍କଲାରସିପ ଏପର୍ୟ୍ୟନ୍ତ ରଖିଛି ବୋଲି କହିଥିଲେ । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିବା ସହ ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମନ୍ମଥ କହିଛନ୍ତି ଓଡ଼ିଶାକୁ ନେଇ ମୋର ଯେଉଁ ଆଶା ଅଛି ତାହା କେବଳ ବିଜେଡି ଦଳରେ ପୁରା କରାଯାଇପାରିବ । ସବୁ ବର୍ଗ ଓ ସବୁ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି କାମ କରୁଛନ୍ତି ତାହା ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ପରିଚୟ ଦେଇଛି । ବିଜେଡିରେ ଏକ ସୈନିକ ହିସାବରେ କାମ କରିବି । ବିଜେଡିରେ ମିଶିବା ପରେ ଜଟଣୀରୁ ମନ୍ମଥ ବିଜେଡି ଟିକେଟ ପାଇବା ନେଇ କିମ୍ବା ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ : ରଜତ ମହାପାତ୍ର