ପିଏଚଡ଼ି ଟ୍ୟାଙ୍କରୁ ବନ୍ୟା ଭଳି ଭାସିଗଲା ପାଣି : ବିଭାଗୀୟ କର୍ମଚାରୀଙ୍କ ଲାପାତା

ଛତ୍ରପୁର:(ସମୃଦ୍ଧଓଡିଶା) ଶନିବାର ସକାଳୁ ଛତ୍ରପୁର ଷ୍ଟାଡିୟମ ନିକଟସ୍ଥ ପିଏଚଡ଼ି ପାଣି ପମ୍ପ୍ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ହଜାର ହଜାର ଲିଟର ପିଇବା ପାଣି ବନ୍ୟା ଭଳି ବହି ଯାଉଥିଲା ଏନ୍ଏସି ରୋଡ଼ ଡିଆରଡିଏ ଛକ ପର୍ଯ୍ୟନ୍ତ । ଏହାରି ଦୃଶ୍ୟ ପ୍ରାତଃ ଭ୍ରମଣରେ ଯାଉଥିବା ସାଧାରଣ ଲୋକେ ଦେଖିବା ପରେ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ । ଟାଙ୍କିର ଓଭର ପ୍ଲୋ ପାଣିକୁ ବନ୍ଦ କରିବା ପାଇଁଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୋୖଣସି କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ଶେଷରେ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ କଲା ପରେ ଏକ କର୍ମଚାରୀ ପହଞ୍ଚି ବନ୍ଦ୍ କରିଥିଲେ । ତେବେ ସବୁଠାରୁ ବଡ଼ ପ୍ରଶ୍ନ କର୍ମଚାରୀଙ୍କ ଏଭଳି ଦାୟିତ୍ବହୀନତା ନିଶ୍ଚିତ ରୁପେ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ରିପୋର୍ଟ ରଜତ ପଟ୍ଟନାୟକ