ତ୍ରୟୋମାସିକ ଶିଶୁ ପତ୍ରିକା “ଆମ ଶିଶୁ ମାନସ” ର ଉନ୍ମୋଚନ ସାମାରୋହ

ଛତ୍ରପୁର(ସମୃଦ୍ଧଓଡିଶା)ତ୍ରୟୋମାସିକ ଶିଶୁ ପତ୍ରିକା “ଆମ ଶିଶୁ ମାନସ” ର ଷଷ୍ଠତମ ଉନ୍ମୋଚନୀ ଉତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାମାରୋହରେ ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ସୁଶାନ୍ତ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପାଦିକା ଶୈଳବାଳା ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀ ପ୍ରମୁଖ ମଞ୍ଚlସୀନ ଥିଲେ l ମୁଖ୍ୟବକ୍ତା ଭାବେ ଭାଗବତ ଭାସ୍କରପ୍ରାପ୍ତ ପ୍ରବଚକ ଜଗନ୍ନାଥ ପଣ୍ଡା ଯୋଗଥିଲେ l ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା “ଆମ ଶିଶୁ ମାନସ” ର ତ୍ରୟମାସିକ ଶିଶୁ ପତ୍ରିକା ଉନ୍ମୋଚନ ହୋଇଥିଲା l ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ସୁଧୀବୃନ୍ଦଙ୍କ ମହଲରେ ମନ୍ତ୍ର-ମୁଗ୍ଧ ଆଣିଦେଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସମ୍ବଲପୁରୀ ଏବଂ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ l ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଙ୍କିତ ଆଚାର୍ଯ୍ୟ ଗଣେଶ ତାଣ୍ଡବ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନକୁ ଆକର୍ଷିତ କରିଥିଲେ l ପ୍ରମୁଖ ସାଂସ୍କୃତିକ ପ୍ରତିଭାଧାରୀଙ୍କୁ କାର୍ଯ୍ୟକ୍ରମ ଶେଷରେ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଗୀତି କବିତାରେ ଉଲ୍ଲେଖନୀୟ ଅବଦାନ ପାଇଁ କବିଶ୍ରୀ ପ୍ରଶାନ୍ତ କୁମାର ଶତପଥିଙ୍କୁ ମାନପତ୍ର ସହ ଉପଢୌକନରେ ସମ୍ମାନୀତ କରାଯାଇଥିଲା l ସୋମନାଥ ସାହୁ, ଶିଶୁ-କବି ନିରଞ୍ଜନ ତ୍ରିପାଠୀ, ବଳରାମ ପଲେଇ , ଶିକ୍ଷୟିତ୍ରୀ ବlସନ୍ତିଲତା ସ୍ୱାଇଁ, ଶିକ୍ଷୟିତ୍ରୀ ରୀତା ରଥ, ଶିକ୍ଷାବିତ ନିରଞ୍ଜନ ତ୍ରିପାଠୀ, ପୀତବାସ ପାଣିଗ୍ରାହୀଙ୍କ ସହ ସହରର ଅନେକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା