ଆଇଜରର ଦୁଇ ଦିନିଆ ବିଜ୍ଞାନ କର୍ମଶାଳା ଉଦଯାପିତ

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ସ୍ଥାନୀୟ ଆଇଟିଆଇ ଅଡିଟୋରିୟମ ପରିସରରେ ଆଇଜର ବ୍ରହ୍ମପୁର ପକ୍ଷରୁ ବିଜ୍ଞାନ ର ପ୍ରଚାର ଓ ପ୍ରସାର କୁ ନେଇ ଚାଲିଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ର ୧୩ ଜଣ ପ୍ରଫେସର ମାନେ ଯୋଗ ଦେଇ ବିଦ୍ୟାର୍ଥୀ ଙ୍କୁ ରସାୟନ ଓ ପଦାର୍ଥ ବିଜ୍ଞାନ ର ବିଭିନ୍ନ ମୌଳିକ ଜ୍ଞାନ କୁ ନେଇ ବିତର୍କ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ୨୨ ଗୋଟି ବିଦ୍ୟାଳୟ ଓ କଲେଜର ତିନି ଶହ ବିଦ୍ୟାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ବିତର୍କ ଜରିଆରେ ବିଦ୍ୟାର୍ଥୀ ଙ୍କ ମନରେ ବିଜ୍ଞାନ କୁ ନେଇ ଥିବା ଭ୍ରମ କୁ ଦୂର କରିଥିଲେ ବୈଜ୍ଞାନିକ ଓ ଗବେଷକ ମାନେ। ଏହିପରି କାର୍ଯ୍ୟକ୍ରମ ଦ୍ଵାରା ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା କୁ ନେଇ ଆଗ୍ରହ ଦେଖା ଦେବ। ଯାହାକି ଭବିଷ୍ୟତ ରେ ଭାରତ କୁ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି କହିଥିଲେ। ଆଇଜର ଲାଇବେରିଆନ ଡ ନିହାର କୁ ପାତ୍ର ଏହାକୁ ସଂଯୋଜନା କରିଥିବା ବେଳେ ଦେଶର ୨୫ ରୁ ଉର୍ଦ୍ଧ କୁଳପତି, ଗବେଷକ ଓ ପ୍ରଫେସର ମାନେ ଯୋଗ ଦେଇଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା