୫ ଶିକ୍ଷକଙ୍କୁ ରୋଟାରୀ ସମ୍ମାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୫ ଜଣ ଦାୟୀତ୍ୱବାନ ଶିକ୍ଷକଙ୍କୁ “ଦେଶ ନିର୍ମାତା” ଭାବେ ରୋଟାରୀ ଆନ୍ତର୍ଜାତିକ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଛି । ଛତ୍ରପୁର ରୋଟାରୀ କ୍ଲବ ପରିସରରେ ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୋଟାରୀ ମାନପତ୍ର ସହ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଗୋଟିଏ ଲେଖାଏଁ ଚାରା ଦେଇ ସମ୍ମାନୀତ କରିଥିଲେ । ଛତ୍ରପୁର ବ୍ଳକ କାଳିପଲ୍ଲି ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଞା ପାରମିତା ପ୍ରଧାନ, ବଉଳଗାଁ ଉପ୍ରା ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ, କାଳିପଲ୍ଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୀତାରାଣୀ ବେହେରା, ଗଞ୍ଜାମ ଏନଏସିର ଜୟଶ୍ରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ବିପ୍ର ଚରଣ ସାହୁ, ଗଞ୍ଜାମ ବ୍ଳକର ହୁମ୍ମା ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟର ଶିକ୍ଷକ ଦାମୋଦର ପଣ୍ଡାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ,ଏମ ଧନଞ୍ଜୟ ରେଡ୍ଡୀ, ସ୍ମରପ୍ରିୟା ପଲେଇ, ନିରଞ୍ଜନ ପାତ୍ର, ଧିରେନ୍ଦ୍ର ପଣ୍ଡା ସମ୍ମାନିତଙ୍କ ଓ ପ୍ରସନ୍ନ ପତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଡକ୍ଟର ବିମଳ ପ୍ରସାଦ ସାହୁ ଦିବସର ତାତ୍ପର୍ଯ୍ୟ ପ୍ରଦାନ କରିଥିବା ବେଳେ ପ୍ରଫୁଲ୍ଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସୁରଜିତ ସାମନ୍ତରାୟ, ବିଘ୍ନେଶ୍ୱର ରଥ ଓ ନୀରଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା