୫ଟି ରୁପାନ୍ତରିତ କାର୍ଯ୍ୟକ୍ରମ ବିରୋଧରେ ବର୍ଷିଲା କଂଗ୍ରେସ, ଜଳେଶ୍ୱରର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ : ଜୁଲାଇ ୪ରେ ବ୍ଳକ ଘେରିବ ଦୁର୍ନିତୀ ବିରୋଧି ଅଭିଯାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ୫ଟିର ବିଦ୍ୟାଳୟ ରୁପାନ୍ତରିତ କାର୍ଯ୍ୟ ଚାଲିଥିବା ବେଳେଜଳେଶ୍ୱରରେ ହୋଇଥିବା ୨୦ଟି ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନିତୀ ହୋଇଥିବା ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟକ୍ରମ ପୂର୍ବତନ ଛାତ୍ରସଂଘ କିମ୍ବା ପ୍ରଧାନ ଶିକ୍ଷକ କରିବାକୁ ଥିବା ବେଳେ ସରକାରୀ ନିତୀ ନିୟମ ଉଲଙ୍ଘନ କରି ବ୍ଳକ ଜେଇ ମାନେ ନିଜ ନାମରେ ୱର୍କ ଅର୍ଡର ନେଇ ଠିକାଦାର ମାଧ୍ୟମରେ କାର୍ଯ୍ୟ କରି ମାଲେମାଲ ହୋଇଛନ୍ତି ବୋଲି ଜଳେଶ୍ୱର କଂଗ୍ରେସ ନେତା ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି । ସରକାରୀଭାବେ ପ୍ରତିବିଦ୍ୟାଳୟକୁ ୪୫ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଏସବୁ ଟଙ୍କାରେ ନିମ୍ନମାନର ଆସବାପତ୍ର ଓ ଗୃହ ଉପକରଣ ଓ ନିର୍ମାଣ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଜଳେଶ୍ୱରର ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନିତୀ ଚାଲିଥିବା କହିଥିବା ବେଳେ ଆସନ୍ତା ଦିନରେ କଂଗ୍ରେସ ଏହା ବିରୋଧରେ ଲୋକପାଳ ଓ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହେବେେ ବୋଲି ଶ୍ରୀ ଦାସ କହିଛନ୍ତି । ଆଶ୍ଚର୍ଯ୍ୟର କଥା ୱାର୍କଅର୍ଡର ଓ ବିଲ ପାସ୍ ହେବା ଟଙ୍କାରେ ସାମଞ୍ଜସ୍ୟ ରହୁନଥିବା ସେମାନେ କହିଛନ୍ତି । ବରଂ ସରକାର ଜଳେଶ୍ୱରର ନିର୍ମାଣ ହୋଇଥିବା ୨୦ଟି ୫ଟି ବିଦ୍ୟାଳୟକୁ ମଡେଲଭାବେ ଗ୍ରହଣ କରି ଅସତ୍ ଉପାୟରେ ନିର୍ମାଣ ହୋଇଥିବା ବିଦ୍ୟାଳୟ ଗୁଡିକୁ ତଦନ୍ତ କରିବାକୁ ଦାବି କରିଥିଲେ । ଆସନ୍ତା ଜୁଲାଇ ୪ ତାରିଖରେ ଦଳ ପକ୍ଷରୁ ବ୍ଳକ ଘେରାଓ ଓ ଘଣ୍ଟନାଦ କରିବ ବୋଲି ଶ୍ରୀ ଦାସ, ରାଜୀବ ପରିଡା, ଗିରିଜା ଶଂକର ଦାସ, ରିଆଜ ଖା, ହେମନ୍ତ ଗିରି, ସତ୍ୟବ୍ରତ ଦାସ, ସୁଦାମ ପାତ୍ର, ତ୍ରିଲୋଚନ ଦାସ ଅଧିକାରୀ ପ୍ରମୁଖ ବକ୍ତବ୍ୟରେ କହିଥିଲେ । ଦୁର୍ନିତୀ ବିରୋଧି ଅଭିଯାନରେ ଗୋପାଳ ଜେନା ଆବାହକ ଥିବା ବେଳେ ଖଗେନ୍ଦ୍ର ସାମଳଙ୍କୁ ଅଧ୍ୟକ୍ଷ, ସୌରୀ କୁମାର ଜେନା ଓ ଗୌରିଶଂକ ଜେନାଙ୍କୁ ଏକ କମିଟି ଗଂନ ହୋଇଥିବା କୁହାଯାଇଛି । ଏହି କାମିଟି ବିଭିନ୍ନ କାର୍ଯ୍ୟାଳୟରେ ହେଉଥିବା ଦୁର୍ନିତର ପର୍ଦାଫାସ କରିବେ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା