ହାବିଲଦାର ଓ କନେଷ୍ଟବଲ ସଘଂର କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ଅଭିମନ୍ୟୁ ଜାଲି…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ପୋଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଲ ସଘଂର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଜି ତାହାର ଫଳାଫଳକୁ ଘୋଷଣା କରାଯାଇଛି । ଏଥିରେ ସମସ୍ତ ପଦବୀରେ ମୋଟ ୨୩ ଜଣ ପାର୍ଥି ନାମଙ୍କନ ପତ୍ର ଦାଖଲ କରିଥିଲେ । ସଭାପତି ଭାବେ ଅଭିମନ୍ୟୁ ଜାଲି ୩୮୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦୃନ୍ଦି ଗୋରା ଚାନ୍ଦ ତ୍ରିପାଠୀ ୨୮୪ ଭୋଟ ପାଇ ପରାଜିତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ସୁବାଷ ଚନ୍ଦ୍ର ସେଠି ୪୧୧, ଉପସଭାପତି ଭାବେ ଆକାଶ କୁମାର ବେହେରା୪୦୯, କୋଷାଧ୍ୟକ୍ଷ ଭାବେ ନରେନ୍ଦ୍ର କୁମାର ସାହୁ ୪୧୩ ଭୋଟ ପାଇ ବିଜୟୀ ହୋଇଥିଲେ, ଯୁଗ୍ନ ସମ୍ପାଦକ ଭାବେ (୧) ଭାବେ ଦିଲିପ୍ କୁମାର ରଣା ୪୦୦ ଭୋଟ ପାଇ ବିଜୟୀ, ଯୁଗ୍ନ ସମ୍ପାଦକ (୨) ଦୀନବନ୍ଧୁ ବେହେରା ୩୭୩ ଭୋଟ ପାଇ ବିଜୟୀ, ସେହିପରି ୫ ଜଣିଆ କାର୍ଯ୍ୟକାରୀ ସଦସ୍ୟ ଭାବେ ବିରଞ୍ଚି କୁମାର ବେହେରା, ନନ୍ଦ କିଶୋର ମରାଣ୍ଡି, ଉମା ଶଙ୍କର ବେହେରା, ଜି. ଗଣେଶ ରାଓ ଓ ଶାନ୍ତୁନୁ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ସମସ୍ତେ ଏକାଠି ହୋଇ ପ୍ରଥମେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ବ୍ରିଜେଶ ରାଏଙ୍କ ବାସଭବନକୁ ଯାଇ ଦେଖା କରିଥିଲେ । ସେଠାରେ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ ଗଞ୍ଜାମ ଏସ୍ପି । ସେଠାରୁ ବାହାରିବା ପରେ କାର୍ଯ୍ୟାଳୟ ସମ୍ମୁଖରେ ମିଠା ବଣ୍ଟନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା