ହାଇଟେକ ପ୍ଲାଜା ପଡିଆ ଠାରେ ମକର ସଂକ୍ରାନ୍ତି ପର୍ବ ଓ ପାରଳା ସଂକୃତି ଉତ୍ସବ ପାଳିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ପଡିଆ ପ୍ରାଙ୍ଗଣରେ ବହୁ ଧୁମଧାମରେ ମକର ସଂକ୍ରାନ୍ତି ଉତ୍ସବ ଓ ପାରଳା ସଂକୃତି ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ହାଇଟେକ ଗ୍ରୁପ ଅଧକ୍ଷ ତଥା ବରିଷ୍ଠ ନେତା ଡ଼. ତିରୁପତି ପାଣିଗ୍ରାହୀ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ହାଇଟେକ ଗ୍ରୁପ ନିର୍ଦେଶକ ଇଂଜିନିୟର ରୂପେଶ ପାଣିଗ୍ରାହୀ, ଡ଼. ରାକେଶ ପାଣିଗ୍ରାହୀ, ସୁରେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ରିରୁପତି ରାଓ, ଜିଲ୍ଲା ପରିଷଦ ବି. ବଲରାଜୁ ପ୍ରମୁଖ ଉପସ୍ଥିତି ଥିଲେ । ସେହିଭଳି ଦୁତୀୟ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଲିଙ୍ଗରାଜ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ସେଇଭଳି ପାରଳାଖେମୁଣ୍ଡିର ବହୁ ବ୍ୟବସାୟୀ କଳାକାର, ସମାଜ ସେବୀକୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନୃତ୍ୟ ଦେଖିବା ହଜାର ହଜାର ଦର୍ଶକ ବିମୋହିତ ହୋଇଥିଲେ ତାସହ ପୁରୀର ଷ୍ଟାଇଲ ଡ୍ୟାନ୍ସ କ୍ରୋ ଗ୍ରୁପ, ବିଶାଖାପାଟଣାର କାଲି ମାତା ଡ୍ୟାନ୍ସ ଗ୍ରୁପ ଦର୍ଶକ ଆକର୍ଷଣ କରିଥିଲା । ଆଜି ଶେଷ ଦିନରେ ବହୁ କଣ୍ଠ ଶିଳ୍ପୀ ସହ ଜବରଦସ୍ତ ଟିମର କମିଡିଆନମାନଙ୍କ କମେଡି ଦେଖିବା ପାଇଁ ଦର୍ଶକେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଗଜପତି ବାସି ଡ଼. ତିରୁପତି ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।