ସ୍ନେହ ଓ ସ୍ରଦ୍ଧା ହିଁ ଜ୍ଞାନ ଦାୟକ : ପ୍ରତିଭା ଲାଗି ଯୋଗାଏ ପ୍ରେରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭକ୍ତି, ସ୍ନେହ, ଶ୍ରଦ୍ଧା ହିଁ ଭାରତୀୟ ସଂସ୍କୃତି ମୂଳମନ୍ତ୍ର ଓ ଜ୍ଞାନଦାୟକ । ଏହି ବିଜମନ୍ତ୍ର ଯୋଗୁଁ ପ୍ରତିଭାଧରଙ୍କୁ ପ୍ରେରଣା ମିଳିଥାଏ । ଆଜିର ସମାଜରେ ଭବିଷ୍ୟତର ନାଗରିକ ହେବା ପାଇଁ ଯାଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଏଥିଲାଗି ଗୁରୁତ୍ୱ ଦେଲେ ଭବିଷ୍ୟତ ଉଜ୍ଜଳ ହୋଇଥାଏ ବୋଲି ପ୍ରତିଭାପୂଜନ ସଭାରେ ମତପ୍ରକାଶ ପାଇଛି । ଉପାନ୍ତ ଅଂଚଳ ଦାନ୍ତୁନ ଥାନା ଅନ୍ତର୍ଗତ ସ୍ପୋର୍ଟ ଏଣ୍ଡ କର୍ଲୁରାଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମାଧ୍ୟମିକ ଓ ନିମ୍ନ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ କୃତିତ୍ୱ ପାଇଁ ପ୍ରତିଭାପୂଜନ ଉତ୍ସବରେ ମାଟିବିରୁଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିବଶଂକର ସେନାପତି ସଭାପତିତ୍ୱ କରିଥିଲେ । ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉପାନ୍ତ ଅଂଚଳରେ ପ୍ରତିଭାପୂଜନ ଉତ୍ସବ ଛାତ୍ରଛାତ୍ରୀଙ୍କୁ ଅଧିକ କ୍ରିୟାଶୀଳ କରିପାରିବ ବୋଲି କହିଥିଲେ । ଉପାନ୍ତରେ ମୈତ୍ରୀ ଭାବନା ସୃଷ୍ଟି କରୁଥିବା ସ୍ପୋର୍ଟ ଏଣ୍ଡ କର୍ଲୁରାଲ ସୋସିଏସନ୍‌ର ପ୍ରତିଷ୍ଠାତା ଅଲୋକନନ୍ଦି ଓ ଶୀତଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ. ଅଜିତ୍ ମହାନ୍ତି ଯୋଗ ଦେଇ ଛାତ୍ରସମାଜଠାରେ ଏକ ଲୁକାୟିତ ପ୍ରତିଭା ଲୁଚି ରହିଥାଏ । ଏହାକୁ ବିକଶିତ କରିବାଲାଗି ଏହି ଅନୁଷ୍ଠାନ ଭଳି ଅନ୍ୟ ଗୁଡିକ ପ୍ରଚେଷ୍ଟା କରିବା ଲଚିତ ବୋଲି କହିଥିଲେ । ଦାନ୍ତୁନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁର୍ଜେନ୍ଦୁ ନନ୍ଦି ମଂଚ ସଂଚାଳନ କରିଥିଲେ । ଏଥିରେ ଓଡିଶା ଓ ପଶ୍ଚିମବଂଗର ପ୍ରତିଭାଧର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା