ସୋରରେ ହାତୀ ଉପଦ୍ରଵ : ଘରେ ପଶି ନାବାଳିକାଙ୍କୁ ଦଳି ଦେଲା ହାତୀ

ବାଲେଶ୍ୱର(ସମୃଦ୍ଧ ଓଡିଶା)ବାଲେଶ୍ୱର ଜିଲ୍ଲାରେ କିଛି ଦିନ ଧରି ହାତୀ ଉପଦ୍ରଵ ଦେଖାଦେଇଛି । ରାତିରେ ଘରେ ପଶି ନାବାଳିକାକୁ ଦଳି ଦେଲା ହାତୀ । ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଳିଆ ଚିତ୍ରାଶୁଳ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ନିଶିକାନ୍ତ ଦେଉରୀଙ୍କର ଝିଅ ପରି ଦେହୁରୀ। ପରି ଗତକାଲି ରାତିରେ ନିଜ ପରିବାର ସହିତ ଖାଇପିଇ ଘରେ ଶୋଇଥିଲେ l ବିଳମ୍ବିତ ରାତିରେ ୮ ରୁ ୯ ଟି ହାତୀ ପରିଙ୍କ ବାଡ଼ି ଭିତରେ ପଶି ନଡିଆ ଗଛ ଖାଉଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ଗାଁ ଭିତରକୁ ପଶି ଆସି ପରିର ଘର ଭାଙ୍ଗି ଘର ଭିତରକୁ ପଶି ଆସିଥିଲା। ସେହି ସମୟରେ ନିଶିକାନ୍ତ ଘରେ ତା’ର ୮ ବର୍ଷର ଝିଅ ପରି ଏକା ଶୋଇଥିଲା। ହାତୀଟି ଅନ୍ଧାରରେ ପରିର ମୁଣ୍ଡ ଉପରେ ଚଢି ଯାଇଥିଲା। ଗ୍ରାମବାସୀ ଓ ପରିବାର ଲୋକେ ଦୌଡ଼ି ଆସି ହାତୀକୁ ଘଉଡାଇଥିଲେ। ପରିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର  ଝିଅଟିକୁ ମୃତ ଘୋଷଣା କରିଥିଲେ।ସୋର ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।  ପରିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ହାତୀ ଉପଦ୍ରଵ କୁ ରୋକିବା ପାଇଁ ସରକାର ଆଶୁ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି ।