ସେବା ସପ୍ତାହରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ବ୍ରହ୍ମପୁର ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନିର୍ଦ୍ଦେଶ କ୍ରମେ ହାତକୁ ନିଆଯାଇଛି । ଆଜି ବ୍ରହ୍ମପୁର ବିଜେପି ସାନ ବଜାର ମଣ୍ଡଳ ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ବ୍ରହ୍ମପୁର ଜାତୀୟ ସଂଗୀତ କଳାକେନ୍ଦ୍ର ପରିସରରେ ବିଜେପି କର୍ମକର୍ତ୍ତା ମାନେ ବିଭିନ୍ନ କିସମର ଚାରା ରୋପଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରିଥିଲେ । ଅଁଳା, ବେଲ ଆଦି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ବିଜେପି ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଭାତ ଷଡ଼ଙ୍ଗୀ, ଏନ.ରାଜେନ୍ଦ୍ର କୁମାର, ସୁଭାଷିଣୀ ପଟ୍ଟନାୟକ, କେ.ଶ୍ରୀନିବାସ ସୁବୁଦ୍ଧି, ପ୍ରଣୟ ମହାପାତ୍ର, କୁମାର ପୁରୋହିତ, ଅରୁଣ ପାଣିଗ୍ରାହୀ, ସୁମନ ଶତପଥୀ, ଏସ. ଶ୍ରୀନିବାସ, ବିନାୟକ ରଥ, ରାମବାବୁ ସୁବୁଧି, ରାଜେଶ କୁମାର ସେନାପତି, ନିନି ସାବତ, ପ୍ରବୀର ପାତ୍ର, ବାଳକୃଷ୍ଣ ସାମନ୍ତରା, ଧନୁ ପାଣିଗ୍ରାହୀ, ମଧୁ ସାହୁ, କିରଣ କୁମାର ସାହୁ, କମୋଳ ପାତ୍ର, କିରଣ ମହାନ୍ତି, ମୁରଲୀ ରାଓଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଏହି ଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ବ୍ରହ୍ମପୁର ବିଜେପି ପକ୍ଷରୁ ପୁର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ସୂଚନା ପ୍ରଦାନ କରିଛନ୍ତି ।

ରିପୋଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା