ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଏଡସ୍ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଏଡସ୍ ଦିବସ ଅବସରରେ ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ସରୋଜ ସେନାପତି ଅଧ୍ୟକ୍ଷତା କରି ସଚେତନତା ଦ୍ୱାରା ଏପରି ଏକ ମାରାତ୍ମକ ରୋଗରୁ ନିଜେ ଓ ସମାଜକୁ ରକ୍ଷା କରାଯାଇ ପାରିବ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବିମଳ ପଟ୍ଟନାୟକ ଓ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ସୁବ୍ରତ କୁମାର ମହାନ୍ତି, ସେକ୍ ହକିମୁଦ୍ଦିନ, ବଂଶିଧର ପ୍ରଧାନ, ସବ୍ୟସାଚୀ ଘୋଷଲ, ଈଶ୍ୱର ଚନ୍ଦ୍ର ସିଂ, ଅଂଶୁମାନ ରାଉତ, ନରନାରାୟଣ ମିଶ୍ର ପ୍ରମୁଖ ଏଡସ୍‌ର ଭୟାବହତା ଓ ସାମାଜିକ ସଚେତନତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଡା. ମାଣିକ ରତନ ପ୍ରଧାନ ସମଗ୍ର ବିଶ୍ୱରେ ମାରାତ୍ମକ ଏଡ୍‌ସ୍ ସଂପର୍କରେ ତଥ୍ୟ ପ୍ରକାଶ କରି ଛାତ୍ରଛାତ୍ରୀମାନେ ସମାଜରେ ସଚେତନତା ସୃଷ୍ଟି କରି ଏପରି ବ୍ୟାଧିକକୁ ମୂଳତ୍ପାଟ କରିବାକୁ ଆହ୍ୱାନ ଦେଇଥିଲେ । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା