ସୁବର୍ଣ୍ଣରେଖା ସେତୁ ଉପରେ ଉଜ୍ଜଳ ଆଲୋକ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଗୁରୁଦାସପୁର ଠାରେ ଥିବା ସୁବର୍ଣ୍ଣରେଖାର ବିଜୁ ସେତୁ ଉପରେ ସରକାରଙ୍କ ପକ୍ଷରୁ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି । ଆଜି ଗୁରୁବାର ସଂଧ୍ୟାରେ ୧୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିିତ ଉଜ୍ଜଳ ଆଲୋକକୁ ବିଧାୟକ ଅଶ୍ୱିନୀ ପାତ୍ର ଉଦ୍‌ଘାଟନ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ ଆରତୀ ଗିରି ସଭାପତିତ୍ୱ କରିଥିଲେ । ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଲକ୍ଷ୍ମଣନାଥ ସରପଞ୍ଚ ବବିତା ରାଉତ, ଜିଲାପରିଷଦ ସଦସ୍ୟା ରଂଗଲତା ଆଚାର୍ଯ୍ୟ, ମାନନୀ ପ୍ରମାଣିକ, ସମିତି ସଦସ୍ୟା ପୁଷ୍ପଲତା ଘୋଷ, ସତ୍ୟରଂଜନ ଦାସ, ଆଲୋକ ଗିରି, ସମବାୟବିତ୍ ମାନସ ଜେନା ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ଶ୍ରୀରାମପୁର ଓ ଲକ୍ଷ୍ମଣନାଥ ପଞ୍ଚାୟତ ମଧ୍ୟରେ ଏହା ଏକ ସଂପର୍କର ସୃଷ୍ଟି କରିବ ବୋଲି କହିଥିଲେ । ଜୟନ୍ତ ଦାସ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ ।